Legatus

ଗଜପତି: ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ -୨୦୨୩ ର ତୃତୀୟ ଦିବସ ସନ୍ଧ୍ୟାରେ ପାରଳା ତଥା ଗଜପତି ମାଟିର ୪ ଜଣ କୃତୀ ସନ୍ତାନ ଅତିଥି ଭାବେ ଯୋଗ ଦେବେ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ -୨୦୨୩ ର ତୃତୀୟ ଦିବସ ସନ୍ଧ୍ୟାରେ ପାରଳା ତଥା ଗଜପତି ମାଟିର ୪ ଜଣ କୃତୀ ସନ୍ତାନ ଅତିଥି ଭାବେ ଯୋଗ ଦେବେ

December 09
20:28 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ-ଗଜପତି ଷ୍ଟାଡିୟମ୍ ଠାରେ ଚଳିତ ଡିସେମ୍ବର ମାସର ଆସନ୍ତା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ -୨୦୨୩ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଅବସରରେ ମହୋତ୍ସବ କାର୍ଯ୍ୟକ୍ରମର ତୃତୀୟ ଦିବସ ସନ୍ଧ୍ୟାରେ ଗଜପତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ , ସାହିତ୍ୟିକ ଏବଂ ଅନନ୍ୟ କୌଶଳ ଦକ୍ଷତା ସମ୍ପନ୍ନ ବ୍ୟକ୍ତିବିଶେଷ ଯୋଗଦାନ କରିବେ।
ଏହି ଅବସରରେ ଗଜପତି ଉତ୍ସବ ଅଭ୍୍ୟର୍ଥନା କମିଟିର ଅଧ୍ୟକ୍ଷା ତଥା ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଅତିଥି ଚୟନ କାର୍ଯ୍ୟକ୍ରମରେ ଏହି ପାରଳା ତଥା ଗଜପତି ମାଟି\’ର ରାଜ୍ୟ ତଥା ଦେଶ-ବିଦେଶରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସର୍ବସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ଗଜପତି ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ନିମନ୍ତେ ସଂପୃକ୍ତ କମିଟି ପକ୍ଷରୁ ଅନୁମୋଦନ କରାଯାଇଛି।
ସେମାନଙ୍କ ମଧ୍ୟରେ ରହିଛନ୍ତି:- ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଏନ୍. ନାଗରାଜୁ , ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ପ୍ରଫେସର ବିପିନ୍ ନାଏକ , ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ସରକାରୀ ଆଇଟିଆଇ:କୁ ଉଚ୍ଚ-ସମ୍ମାନର ଅନୁଷ୍ଠାନ ଭାବେ କୃତିତ୍ୱ ହାସଲ କରାଇଥିବା ଏହି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପାଣିଗ୍ରାହୀ ଏବଂ ମହେନ୍ଦ୍ରଗିରିକୁ ଜୈବ ମଣ୍ଡଳରେ ସ୍ଥାନ ଦେଇଥିବା ଦୀର୍ଘ ଅନୁଭୂତି ସଂପନ୍ନ ବୈଜ୍ଞାନିକ ଡଃ ନିହାର ନାଏକ ପ୍ରମୁଖ ଗଜପତି ମହୋତ୍ସବର ତୃତୀୟ ରଜନୀ ତଥା ୨୧ ତାରିଖ ସନ୍ଧ୍ୟାରେ ଅତିଥି ରୂପେ ଯୋଗଦାନ କରିବେ।
ଅଭ୍ୟର୍ଥନା କମିଟିର ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭାଗବତ ପାଢୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଶ୍ରୀ ସୁରେନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ଏହାକୁ ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଅନୁମୋଦନ କରିବା ସହ ଜିଲ୍ଲାପାଳ ତଥା ଗଜପତି ମହୋତ୍ସବର ଅଧ୍ୟକ୍ଷ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଅନୁମୋଦିତ ହୋଇ ଯାଇଥିବା କମିଟି ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଜଣାଯାଇଛି ।
ଏଭଳି ବିରଳ ବ୍ୟକ୍ତିତ୍ୱ ମାନଙ୍କୁ ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ପାଇ ଗଜପତି ଜିଲ୍ଲା ଧନ୍ୟ ମନେ କରୁଛି। ସଂପୃକ୍ତ ଅତିଥି ମାନେ ସେମାନଙ୍କ ଅନୁଭୂତି ଐତିହ୍ୟ ସଂପନ୍ନ ପାରଳା ମାଟି ତଥା ଆଗାମୀ ପିଢୀକୁ ଏହା ନିଶ୍ଚିତ ଭାବେ ଏକ ଉପାଦେୟ ପ୍ରେରଣା ଯୋଗାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31