Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ-୨୦୨୫ ପାଳିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ-୨୦୨୫ ପାଳିତ

ଗଜପତି : ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ-୨୦୨୫ ପାଳିତ
April 25
07:58 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ୨୦୨୫ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ପଂଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତକୁ ସୁଦୃଢ଼ କରିବା ପାଇଁ କଣ ସବୁ ବ୍ୟବସ୍ଥା ରହି ଗ୍ରାମ ସ୍ତରରେ କାର୍ଯ୍ୟକାରୀ ହେଉଚ୍ଛି , ପଲ୍ଲୀସଭା ଓ ଗ୍ରାମସଭା ର ଆଭିମୁଖ୍ୟ ଏବଂ ଏହି ବ୍ୟବସ୍ଥା ମାଧ୍ୟମରେ କିଭଳି ଗ୍ରାମାଞ୍ଚଳ ସ୍ତରରେ ସୁଶାସନ ପହଞ୍ଚିପାରିବ ପ୍ରଭୃତି ଉପରେ ସଚେତନ କରାଇବା ଏଭଳି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଶ୍ରୀ ପୃଥ୍ଵୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ , ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି, ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜପତି , ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି , ଶ୍ରୀମତୀ ରେଣୁକା ପାତ୍ର , ଜିଲ୍ଲା ପରିଷଦ ସଭ୍ୟ ଗୁମ୍ମା, ଶ୍ରୀ ଦଣ୍ଡ ପାଣି ବଡ଼ମୁଣ୍ଡି,ଜିଲ୍ଲା ପରିଷଦ ସଭ୍ୟ ଆର.ଉଦୟଗିରି ଓ ବ୍ଲକ୍ ଫାଇନାନ୍ସ ଅଫିସର ଶ୍ରୀ ଗଜେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ କାଶ୍ମୀର ପହଲଗାମ ଆକ୍ରମଣରେ ପ୍ରାଣ ହରାଇବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ପରେ ପରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ନିଜ ନିଜ ଅଭିଭାଷଣ କହିଥିଲେ ଯେ ଜିଲ୍ଲାର ସମସ୍ତ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କଲେ ଗ୍ରାମ , ପଞ୍ଚାୟତ ଓ ଜିଲ୍ଲା ବିକାଶ ହୋଇ ପାରିବ। ସେହିପରି ସ୍ୱଚ୍ଛ, ସବୁଜ ପଞ୍ଚାୟତ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏକାଠି ହୋଇ କାମ କରାଇବାକୁ ଅତିଥିମାନେ କହିଥିଲେ।
ଏହି ଅବସରରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ୨୩୪ ଜଣଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଚାରି ଜଣଙ୍କୁ ବିବାହ ପ୍ରୋତ୍ସାହନ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ନଅ ଗୋଟି ଗ୍ରାମ ପଞ୍ଚାୟତକୁ ବେଷ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି , ସେହିପରି ସ୍ୱଚ୍ଛ ଭାରତ ମିଶନ ତରଫରୁ ଗୁମ୍ମା ବ୍ଲକର ରାଗିଡି ଗ୍ରାମ ପଞ୍ଚାୟତକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଜିଲ୍ଲାର ତିନି ଗୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ ଓ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନୂଆଗଡ ବ୍ଲକ କୁ ପୁରସ୍କାରପ୍ରଦାନ କରାଯାଇଛି।
ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପୋଷଣ ଅଭିଯାନର ଶ୍ରେଷ୍ଠ ପୁଷ୍ଟି ପଞ୍ଚାୟତ ଭାବରେ ମୋହନା ବ୍ଲକର ମୋହନା ପଞ୍ଚାୟତକୁ ପୁରସ୍କାର ସହିତ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଏହି ଅବସରରେ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଥିବା କାର‌୍ୟ୍ୟକ୍ରମକୁ ଏଲଇଡି ପରଦାରେ ସିଧା ପ୍ରସାରଣ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930