Indus Valley Times

ଗଜପତି: ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲା ସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ

 Breaking News

ଗଜପତି: ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲା ସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ

ଗଜପତି: ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲା ସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ
December 20
19:54 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୦/୧୨ : ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସ:ଡି:ଜି: କିପରି ହାସଲ କରିହେବ , ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
ଏହି ଲକ୍ଷ୍ୟ କିପରି ଜିଲ୍ଲା ସ୍ତରରୁ ହାସଲ କରାଯାଇ ପାରିବ ସେଥି ନିମନ୍ତେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ “ନିରନ୍ତର ବିକାଶ ପଥରେ” ଗଜପତି ଜିଲ୍ଲା ସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନାଗା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ତଳିମ୍ କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ପାରଳା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ଶ୍ରୀ ଭଗଵାନ ରାଉତ ଓ ଡେପୁଟି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀ ପ୍ରକାଶ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।
ଉକ୍ତ କର୍ମଶାଳାରେ ମୁଖ୍ୟତଃ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଏଜେଣ୍ଡାରେ ରାଜ୍ୟ ତଥା ଜିଲ୍ଲାରୁ ଦାରିଦ୍ର‌୍ୟ ସମ୍ପୁର୍ଣ୍ଣ ଦୂରୀକରଣ , ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ୟ ଗଠନ କରିବା , ସମସ୍ତଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା , ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା , ମହିଳା ସଶକ୍ତିକରଣ ପକ୍ରିୟାକୁ ତ୍ଵରାନିତ କରାଇବା , ଲିଙ୍ଗଗତ ଅସାମନତା ଦୂର କରିବା , ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା , ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା , ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା କରିବା ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରା ଯାଇଥିଲା।
ଦିନିଆ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସିଡିପିଓ ମାନଙ୍କୁ ସଠିକ ତଥ୍ୟ ଅନୁଯାୟୀ ତୃଣମୂଳ ସ୍ତରକୁ ଯାଇ ସରକାରଙ୍କ ଯୋଜନା ସଫଳ ରୂପାୟନର ସ୍ଥିରୀକୃତ ୧୭ ଟି ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ଶ୍ରୀଯୁକ୍ତ ରାଉତ କହିଥିଲେ ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସଡିଜି କିପରି ହାସଲ କରିହେବ ଓ ସମସ୍ତେ ୧୭ଟି ଲକ୍ଷ୍ୟକୁ ସୁନିଶ୍ଚିତ ସାଧନ ହୋଇପାରିବ ବୋଲି ତାଲିମ ଦେଇଥିଲେ।
ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ନିରନ୍ତର ଭାବେ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଲେ ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ ଏହି ଦୀର୍ଘସ୍ଥାୟୀ ବିକାଶ ନିଶ୍ଚିତ ସମ୍ଭବ ହୋଇ ପାରିବ ।
ସେହିପରି ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ସହ ନେଇ ଏହାକୁ ସମାଧାନ କରିବା ସହ ସେହି ଅଞ୍ଚଳର ସମ୍ବଳକୁ ଉପଯୋଗ କରି କାର‌୍ୟ୍ୟରେ ଲଗାଇଲେ ଏକ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ପର ହୋଇ ପାରିବ, ଯାହା ଫଳରେ ଭବିଷ୍ୟତ ପିଢ଼ିର ବିକାଶ ସମ୍ଭବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ହୋନାଗା ମତ ଦେଇଥିଲେ।
ଉକ୍ତ ତାଲିମ କାର‌୍ୟ୍ୟକ୍ରମକୁ ଆକାଂକ୍ଷା ବ୍ଲକ୍ ଫେଲୋ ରା.ଉଦୟଗିରି ଓ ଗୁମ୍ମା ର ଶ୍ରୀ କାହ୍ନୁ ଚରଣ ପାଣିଗ୍ରାହୀ ଓ ଶ୍ରୀ ବାପି କିଶୋର ଦିଗାଲ ତାଲିମ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930