Legatus

ଗଜପତି: ପୁରୁଣା କୋର୍ଟ ପରିସରରେ ଥିବା କିଶୋର ନ୍ୟାୟ ପରିଷଦ କୋର୍ଟରେ ଭର୍ଚୁଆଲ ମୋଡରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ପେପର ଲେସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ

 Breaking News

ଗଜପତି: ପୁରୁଣା କୋର୍ଟ ପରିସରରେ ଥିବା କିଶୋର ନ୍ୟାୟ ପରିଷଦ କୋର୍ଟରେ ଭର୍ଚୁଆଲ ମୋଡରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ପେପର ଲେସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ

August 02
12:48 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ପରିସରରେ ଥିବା ଜିଲ୍ଲା କିଶୋର ନ୍ୟାୟ ପରିଷଦ କୋର୍ଟରେ ଆଜି “ପେପର ଲେସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି ।
ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ: ମୂରଲୀ ଧର ଭର୍ଚୁଆଲ ମୋଡରେ ଏହି “ପେପର ଲେଶ” କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଓ ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ପେପର ଲେସ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କୋର୍ଟର ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ନରୋତ୍ତମ ସେଠୀ ଏବଂ ଜିଲ୍ଲା କିଶୋର ନ୍ୟାୟାଳୟ ପରିଷଦ କୋର୍ଟର ପ୍ରିନସିପାଲ ମଜିଷ୍ଟେଟ ଶ୍ରୀ ସତ୍ୟବ୍ରତ ରାଣାଙ୍କ ସମେତ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ଏବଂ ସମ୍ପାଦକ ଶ୍ରୀ ଏମ: ପୃଥିବୀ ରାଜ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଏହି କୋର୍ଟ ମାଧ୍ୟମରେ ବିନା କାଗଜ ପତ୍ରରେ କାର୍ଯ୍ୟ ହେବା ସହ ଅନଲାଇନ ମାଧ୍ୟମରେ କୋର୍ଟ ପରିଚାଳନା କରାଯିବ ଏବଂ ଏହା ପୀଡ଼ିତା ତଥା ଲୋକ ମାନଙ୍କୁ ତ୍ୱରିତ ନ୍ୟାୟ ଦେବାରେ ବେଶ ସହାୟକ ହୋଇପାରିବ ।
ପୂର୍ବରୁ ଏହି ଯୁଭେନାଇଲ କୋର୍ଟରେ କେଶ ଗୁଡ଼ାକ ସବୁ ଫିଜିକାଲ ଟ୍ରାଏଲରେ ହେଉଥିଲା , ବର୍ତ୍ତମାନ ସେ ସବୁ କାଗଜ ବିହୀନ ତଥା ପେପର ଲେସ ଦ୍ଵାରା ହେବ ।
ଭିଡିଓ କନଫରେନ୍ସ ଦ୍ଵାରା ସଂପୃକ୍ତ କେଶର ବିଭିନ୍ନ ସାକ୍ଷୀ ମାନେ ଏଠାକୁ ନ ଆସି ସେଠାରୁ ହିଁ ସାକ୍ଷୀ ଦେଇ ପାରିବେ । ଆଉ ଏଥିରେ ଯାହା ସବୁ ଅଛି ତାହା ଅନ-ଲାଇନ୍ ମାଧ୍ୟମରେ ସବ-ମିଟ କରି ପାରିବେ ।
ଆଉ ସେ ଗୁଡ଼ାକ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ବେଞ୍ଚ ଅଫିସର ରହିଛନ୍ତି , ସେମାନେ ସେ ସବୁକୁ ଅନ-ଲାଇନ ସ୍କାନ କରି ଟ୍ରାଏଲ ମଧ୍ୟ କରିପାରିବେ ଏବଂ ଏହା ଦ୍ଵାରା ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ବାର ସଂଘ ସମ୍ପାଦକ ଶ୍ରୀ ଏମ: ପୃଥିବୀ ରାଜ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡର କର୍ମଚାରୀ ଶ୍ରୀ ସତ୍ୟପ୍ରିୟ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31