Indus Valley Times

ଗଜପତି : ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

 Breaking News

ଗଜପତି : ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ଗଜପତି : ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ
May 10
22:41 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୫ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ସଙ୍ଗଠନ “ପ୍ରଗତି” ର ୭ମ ବାର୍ଷିକୋତ୍ସବ ଏବଂ “ଆନ୍ତର୍ଜାତୀୟ ମାତୃ-ଦିବସ” ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେଶନ ସେଣ୍ଟର୍ (ରାଜବାଟୀ ) ପରିସରରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଗତି ଅନୁଷ୍ଠାନ ର ଉପଦେଷ୍ଟା ତଥା ଗଜପତି ଜିଲ୍ଲା ପରିଷଦର ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା’ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କେବଳ ମାଙ୍କ ଉଦ୍ଦେଶ୍ୟରେ ୫୦ରୁ ଉର୍ଦ୍ଧ୍ବ ସ୍ୱରଚିତ କବିତା , କବି ଓ କବୟତ୍ରି ମାନେ ନିଜ ନିଜର କବିତା ଆବୃତ୍ତି କରିଥିଲେ।
ପ୍ରତ୍ୟେକ କବି ଓ କବୟତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରା ଯାଇଥିଲା।
କାର୍ଯ୍ୟକ୍ରମରେ ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା ଦେଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ସ୍ନେହା ବେହେରା , ସମ୍ଭର୍ଦ୍ଧନା ଯୋଗାଯୋଗ ଗାୟତ୍ରୀ ପଟ୍ଟନାୟକବ, ମନସ୍ଵିନୀ ଭୂୟାଁ ଓ ରାଜେଶ୍ୱରୀ ସ୍ୱାଇଁ କରିଥିଲେ ଏବଂ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଷ୍ଠିତ ମାତୃ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ କାରାଗାରର ଅଧ୍ୟକ୍ଷ ଶ୍ରୀ କାମାକ୍ଷୀ ପ୍ରସାଦ ପତି , ବିଶିଷ୍ଠ ଅତିଥି ଭାବେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ମହନ୍ତ , ସ୍ୱତନ୍ତ୍ର ଅତିଥି ଭାବେ ଗୁଣୁପୁରର ସେବା ନିବୃତ୍ତ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ ପ୍ରମୁଖ ଯୋଗ ଦେଇ ସମାଜ ଗଠନରେ ମା” ର ଭୂମିକା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ଉପାଦେୟ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ଯୋଗ ଦେଇ ମା” ତାର ସନ୍ତାନ ପ୍ରତି ତ୍ୟାଗ , ବିଶ୍ୱାସ , ନିଷ୍ଟା , ନିଃସର୍ତ୍ତ ସ୍ନେହ ପ୍ରେମର ସ୍ୱଚ୍ଛ ଓ ନିର୍ମଳ ସମର୍ପିତ ଭାବଧାରାକୁ ବିଶ୍ଳେଷଣ କରିଥିଲେ।
ଅନୁଷ୍ଠାନର ସଭାପତି ତଥା ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି ଶୁଭ ଅବସରରେ ପ୍ରାକ୍ତନ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ କୁ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିବା ବେଳେ ନାରୀ ସଶକ୍ତି କ୍ଷେତ୍ରରେ ଅତୁଳନୀୟ ସାମାଜିକ ଅବଦାନ ପାଇଁ ରଞ୍ଜିତା ପଟ୍ଟନାୟକ, ଇନ୍ଦିରା ଗୌଡ ଓ ଡ.ଭାରତୀ ପାଣିଗ୍ରାହୀ’ଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ମୋମେଣ୍ଟୋ ସହ ଉତ୍ତରୀୟ ପ୍ରଦାନ କରା ଯାଇଥିଲା ।
ଶେଷରେ ମାଆ ପାଇଁ ଦିନଟିଏ ଉଦ୍ଦେଶ୍ୟରେ କଣ୍ଠ ସଙ୍ଗୀତ ପରିବେଷଣ କରା ଯାଇଥିଲା। ଆଜିର ବିଶ ବଳୟରୁ ଅମୃତ ସନ୍ତାନ ମାନଙ୍କୁ ଉଦ୍ଧାର କରି ମା ମାନେ ସେହି ସନ୍ତାନ ମାନଙ୍କୁ ନେଇ ଏକ ସୁସ୍ଥ ସମାଜ ଗଠନରେ ବ୍ରତୀ ହେବା ପାଇଁ ସାମୂହିକ ଭାବପ୍ରବଣତା ସୃଷ୍ଟି କରା ଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ମୁରଲୀ ଧର ପରିଚ୍ଛା , ଡ.ନରସିଂହ ଗୌଡ , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ରାମ ଚନ୍ଦ୍ର ପାଢ଼ୀ , ପାୟଲ ପାତ୍ର , ପଲକ ପାତ୍ର ଓ ରବି ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31