Legatus

ଗଜପତି : ପ୍ରିୟଙ୍କା ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ।

 Breaking News

ଗଜପତି : ପ୍ରିୟଙ୍କା ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ।

August 07
19:33 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୮: ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀ\’ଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସୁଶ୍ରୀ ପ୍ରିୟଙ୍କାଙ୍କ ବାପା ସୋମନାଥ ମାଝୀ , ମୋହନା ବ୍ଲକ ଅନ୍ତର୍ଗତ ରାଜପୁର ର ନାଳାଘାଟ ଗ୍ରାମ ବାସିନ୍ଦା ଅଟନ୍ତି। ଘରେ ୨ ଭାଇ ସ୍ଥାନୀୟ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି ।
ବାପା ଜଣେ ଗରିବ କୃଷକ , ଏଣୁ ନିଜ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଠ ପଢ଼ାଇବା ପାଇଁ ଅସମର୍ଥ । ବର୍ତ୍ତମାନ ସୁଶ୍ରୀ ପ୍ରିୟଙ୍କା ଭୁବନେଶ୍ୱର ସ୍ଥିତ ନଭଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ବିଜ୍ଞାନ ବିଭାଗ ଅଧ୍ୟୟନ କରନ୍ତି। ଭବିଷ୍ୟତରେ ଭଲ ପାଠ ପଢି MBBSଡାକ୍ତର ହେବାପାଇଁ ଲକ୍ଷ ରଖିଛନ୍ତି।
ଉଚ୍ଚଶିକ୍ଷା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ନିମନ୍ତେ ବହି ପତ୍ର କିଣିବା , କୋଚିଂ ନେବା ପାଇଁ ପୋଷ୍ଟ ମେଟ୍ରିକ୍ ସ୍କଲାରସିପ ରାଶିରୁ ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କାଙ୍କୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ୫୦ ହାଜର ଟଙ୍କା ଚେକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ , ଜଣାଇଛନ୍ତି , ଲେ ଯେ ଭବିଷ୍ୟତରେ ନିଷ୍ଠା ଓ ପ୍ରଚେଷ୍ଟା ବଳରେ ଭଲ ପାଠ ପଢି MBBS ଡାକ୍ତର ହେବା ସହ ନିଜର ଲକ୍ଷ ପୂରଣ କରିବା ଦିଗରେ ସହାୟକ ହେବା ପାଇଁ କହିଥିଲେ।
ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପରିଡ଼ା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31