Indus Valley Times

ଗଜପତି : ବିଜେଡି କହୁଛି-ବିରୋଧୀ ଦଳଙ୍କ କୋଣସି ମୁଦ୍ଦା ନାହିଁ

 Breaking News

ଗଜପତି : ବିଜେଡି କହୁଛି-ବିରୋଧୀ ଦଳଙ୍କ କୋଣସି ମୁଦ୍ଦା ନାହିଁ

January 22
21:33 2022

କଂଗ୍ରେସ କହୁଛି–ଉଭୟ ସରକାରଙ୍କ ବିଫଳତା ହିଁ ଚଳିତ ନିର୍ବାଚନରେ ଆମର ମୁଦ୍ଦା
ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି(ଗଜପତି) ୨୨/୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି , ସେହି ମାତ୍ରାରେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ରାଜନୈତିକ ମାହୋଲ କି ପ୍ରଚାର ସେଭଳି କୋଣସି କିଛି ସରଗରମ ପରିଲକ୍ଷିତ ହୋଇନାହିଁ । ହେଲେ ମଧ୍ୟ ଏ କ୍ଷେତ୍ରରେ କିଛିଟା ଆଗୁଆ ରହିଥିବା ଭାବେ ପରିଲକ୍ଷିତ ହୋଇଛି ଜିଲ୍ଲା ବିଜେଡି ଓ ଜିଲ୍ଲା କଂଗ୍ରେସ ମଧ୍ୟରେ ।
ବିଜେଡି ପକ୍ଷରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ କହିଛନ୍ତି ଯେ , ଚଳିତ ନିର୍ବାଚନରେ ଜିତିବା ପାଇଁ ବିରୋଧୀ ଦଳ ମାନଙ୍କ ଠାରେ ସେଭଳି କୋଣସି କାର‌୍ୟ୍ୟକ୍ରମ କି ମୁଦ୍ଦା କି ଇସ୍ୟୁ ନାହିଁ , ଯାହାକୁ କି ପାଥେୟ କରି ବିରୋଧୀ ଦଳ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବ । ବର୍ତ୍ତମାନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି , ବିଜେଡି ଦଳର ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଧିବତ କାଏମ ରହିଛି । ସେହି ପ୍ରାର୍ଥୀ ମାନେ ନିଜର ପ୍ରତିଦ୍ବନ୍ଦିତା କ୍ଷେତ୍ର ଅଞ୍ଚଳକୁ ଯାଇ ବିଜେଡି ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଜନହିତକର କାର‌୍ୟ୍ୟକ୍ରମ ଓ ତାର ସଫଳତା , ନୀତି-ଆଦର୍ଶ ପ୍ରଭୃତିକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥା-ଭାଜନ ହେବେ । ଅନ୍ୟପକ୍ଷରେ ଏଇ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , ଇଣ୍ଡିଆ-ଟୁଡେ ପକ୍ଷରୁ ଯେଉଁ ସର୍ଭେ ହୋଇଥିଲା , ସେଥିରେ ସେ ସାରା ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି , ଯାହାକି ଓଡିଶା ପାଇଁ ଆତ୍ୟାନ୍ତ ଗର୍ବ ଓ ଗୌରବର ବିଷୟ । ଏସବୁ ସଫଳତା ହିଁ ବିଜେଡି ଦଳର ମୁଖ୍ୟ ମୁଦ୍ଦା , ଯାହାକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯିବୁ । ଅନ୍ୟପକ୍ଷରେ ଚଳିତ ନିର୍ବାଚନ\’ରେ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଅଧିକାଂଶ ଜୋନ\’ରେ ବିଜେଡି ହିଁ ଅକ୍ତିଆର କରିବ ବୋଲି ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ କହିଛନ୍ତି ।
ସେଭଳି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ କହିଛନ୍ତି ଯେ , ଗ୍ରାମାଞ୍ଚଳ ଓ ଗ୍ରାମଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ କରିବା କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ହିଁ ଚଳିତ ନିର୍ବାଚନରେ ଆମର ମୁଦ୍ଦା ଓ ଇସ୍ୟୁ । ତାକୁ ପାଥେୟ କରି ଆମେ ଲୋକଙ୍କ ପାଖକୁ ଯିବୁ । କଂଗ୍ରେସ ଦଳ ତାର ଆଦର୍ଶ ଓ ଚିନ୍ତାଧାରା ସମେତ ସବୁ କ୍ଷେତ୍ରରେ ସରକାରଙ୍କ ବିଫଳତାଙ୍କୁ ନେଇ ଲୋକଙ୍କ ପାଖରେ ଉପସ୍ଥାପନ କରିବୁ । ଚଳିତ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାର ୧୪ ଗୋଟି ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଦଳ ପକ୍ଷରୁ ବଛା ବଛା ଶିକ୍ଷିତ ଓ କାମ କରିପାରିବା ଭଳି ଉଇନିଙ୍ଗ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ପ୍ରତିଦ୍ବନ୍ଦିତା ମୈଦାନରେ ଅବତୀର୍ଣ୍ଣ କରାହୋଇଛି। । ଜିଲ୍ଲା କଂଗ୍ରେସର ପୁରା ବିଶ୍ବାସ ଯେ , ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ଗଜପତି ଜିଲ୍ଲାରେ କଂଗ୍ରେସ ଅଧିକାଂଶ ଜୋନ ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ କଂଗ୍ରେସ ବାଜିମାତ ମାରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥି ଗମାଙ୍ଗ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30