Indus Valley Times

ଗଜପତି : ୧୦ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ଟି.ପି.ଏସ. ଓ.ଡିଏଲ ମୂଖ୍ୟ କାର୍ଯ୍ୟାଳୟ ରେ ତାଲା ପକାଇଲେ

 Breaking News

ଗଜପତି : ୧୦ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ଟି.ପି.ଏସ. ଓ.ଡିଏଲ ମୂଖ୍ୟ କାର୍ଯ୍ୟାଳୟ ରେ ତାଲା ପକାଇଲେ

December 29
19:57 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିରାଟ ପଦଯାତ୍ରା ବାହାରି ଜିଲ୍ଲା ସଦର ଟିପିଏସ ଓଡିଏଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ସେଠାରେ ଟିପିଏସ ଓଡିଏଲ ର ବ୍ୟାପକ ଅନିୟମିତତା ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଯାହାର ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।
ଲିଖିତ ଅଭିଯୋଗ ଯାହା କି , ବିଭାଗୀୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଯାହାକି , ନିମ୍ନରେ ଦର୍ଶାଯାଇଛି :-
୧. ନିୟମ-ବିରୋଧୀ; ତେଣୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରନ୍ତୁ ।
ଓଡ଼ିଶାର ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ଯେଉଁ ଆଡିସିନାଲ ସିକ୍ୟୁରିଟି ଡିପୋଜିଟ୍ ଗ୍ରାହକ ମାନଙ୍କ ପାଖରୁ ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ପଠାଇଛନ୍ତି , ତାହା ଓଡ଼ିଶା ସରକାରଙ୍କ ବିଦ୍ୟୁତ ଆଇନ ୨୦୦୩ , ପରିବର୍ତ୍ତିତ ଆଇନ ୨୦୧୯ ଧାରା ୬୧ ଠାରୁ ଆରମ୍ଭ କରି ଆଇନ ୬୬ର ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି (୨):-. ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ; ଏଠାରେ ବିଜୁଳି ମହଙ୍ଗା କାହିଁକି ? ତେବେ ବିତରଣ ଦାୟିତ୍ଵ ଘରୋଇ ସଂସ୍ଥାକୁ ଦେବାର ଏକମାତ୍ର ରାଜ୍ୟ ଓଡ଼ିଶା କାହିଁକି ?
ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ଏଠାରେ କାହିଁକି ପ୍ରତି ୟୁନିଟ୍ ପିଛା ବିଜୁଳି ଦାମ୍ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧ‌ିକ , ଏହାର ଉତ୍ତର ମଧ୍ୟ ଓ.ଇ.ଆର.ସି. ଓ ରାଜ୍ୟ ସରକାର ଉତ୍ତର ଦିଅନ୍ତୁ (୩): ଆମ କୋଇଲା , ଆମ ପାଣି ବ୍ୟବହାର ହୋଇ ବିଜୁଳି ଉତ୍ପାଦନ ହେଉଛି , ଅଥଚ ଆମ ଗ୍ରାହକଙ୍କୁ କାହିଁକି ମାଗଣାରେ କିମ୍ବା ସୁଲଭ ମୂଲ୍ୟରେ ବିଜୁଳି ଦିଆ ଯାଉନାହିଁ?
(୪):- ବିଜୁଳି ଉତ୍ପାଦନ ପାଇଁ ଓଡ଼ିଶା କାହିଁକି ପ୍ରଦୂଷଣର ବୋଝ ବୋହିବ ?
ଓଡ଼ିଶାରୁ ମୋଟ ବାର୍ଷିକ ୨୪୦ ନିୟୁତ ମ୍ୟାଟ୍ରିକ ଟନ୍ କୋଇଲା ଉତ୍ତୋଳନ ହେଉଛି , ତେଣୁ ପ୍ରଦୂଷଣ ସାଂଘାତିକ। ରାଜ୍ୟର ମୋଟ ୩୦ ସହରର ଏକ୍ୟୁଆଇ ୩୦୦ ଉପରେ ରହୁଛି ।
ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସ‌ହର। ଭୁବନେଶ୍ବର ଅବସ୍ଥା ମଧ୍ୟ ଖରାପ । ମାତ୍ର ୨୨ ନିୟୁତ ଟନ୍ ଓଡ଼ିଶାର ଘରୋଇ ଉପଭୋକ୍ତାଙ୍କ ପାଇଁ ବ୍ୟବହୃତ ହେଉଛି ଓ ଅବଶିଷ୍ଠ ୨୧୮ ନିୟୁତ ଟନ୍ ଓଡ଼ିଶା ବାହାରକୁ ରପ୍ତାନି ହେଉଛି ଓ ସାରା ଦେଶ , ଏପରି କି ଭାରତ ବାହାରେ ମଧ୍ୟ ହେଉଥିବା ବିଜୁଳି ଉତ୍ପାଦନ ପାଇଁ ଓଡ଼ିଶା କାହିଁକି ପ୍ରଦୂଷଣର ବୋଝ ବୋହିବ ? ଯଦି ବା ବୋହିବ, ଏହାର ଉପଭୋକ୍ତା ମାନେ କାହିଁକି କୋଇଲା ନ ଥୁବା ରାଜ୍ୟଗୁଡ଼ିକ ଅପେକ୍ଷା କମ୍ ବିଜୁଳି ସୁବିଧା ପାଇବେ (୫):- କୋଇଲାରେ ଭରପୂର ଓଡ଼ିଶା ସହ କୋଇଲା ନ ଥିବା ପଂଜାବର ଏକ ତୁଳନାତ୍ମକ ଅଧ୍ୟୟନ:-
ଓଡ଼ିଶାର ମୋଟ୍ ବିଜୁଳି ଉତ୍ପାଦନର ମାତ୍ର ୭-୮% ଘରୋଇ ଉପଭୋକ୍ତାମାନଙ୍କ ପାଇଁ ଖର୍ଚ୍ଚ ହୁଏ । ପଂଜାବରେ ଏହା ୩୦-୩୫% । ଓଡ଼ିଶାରେ ଶିଳ୍ପସଂସ୍ଥାମାନେ ମୋଟ୍ ଉତ୍‌ପାଦନର ୭୦% ବ୍ୟବହାର କରୁଥିବା ବେଳେ ପଂଜାବରେ ଏହା ୩୦-୩୫% କୃଷି ପାଇଁ ଓଡ଼ିଶାରେ ମାତ୍ର ୨%, ପଂଜାବରେ ଏଥିପାଇଁ ୨୦-୨୫% ବିଜୁଳି ବ୍ୟବହାର ହୁଏ । ପଂଜାବ ବର୍ଷକୁ ୧୭,୧୧୦ କୋଟି ଟଙ୍କାର ସବ୍‌ସିଡି ଦେଇ ପ୍ରତି ଗ୍ରାହକଙ୍କୁ ୩୦୦ ୟୁନିଟ୍ ମାଗଣା ଓ ଚାଷୀଙ୍କୁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ଦେଉଥିବା ବେଳେ ଓଡ଼ିଶାରେ ଘରୋଇ ଉପଭୋକ୍ତା କିମ୍ବା ଚାଷୀ , କାହାକୁ ବି ଟଙ୍କାକର ବିଜୁଳି ମାଗଣା ଦିଆଯାଏ ନାହିଁ। ସୂଚନାଯୋଗ୍ୟ , ଘରୋଇ ଉପଭୋକ୍ତାଙ୍କ ପାଇଁ ଦିଲ୍ଲୀରେ ୩ ,୨୫୦ କୋଟି ସବ୍‌ସିଡି ଜରିଆରେ ୨୦୦ ୟୁନିଟ ମାଗଣା ଦିଆଯାଏ । ତେଲେଙ୍ଗାନାରେ ୧୪ ହଜାର ୪୧୮ କୋଟି ସବ୍ ସିଡି ଜରିଆରେ ୨୦୦ ୟୁନିଟ୍ ମାଗଣା ଓ କୃଷିକ୍ଷେତ୍ରରେ ସମ୍ପୂର୍ଣ୍ଣ ମାଗଣା , ଆନ୍ଧ୍ରରେ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ମାଗଣା , କର୍ଣ୍ଣାଟକରେ ୨୨,୪୪୩ କୋଟି ଟଙ୍କାରେ ୨୦୦ ୟୁନିଟ୍ ଘରୋଇ ଉପଭୋକ୍ତାଙ୍କ ପାଇଁ ମାଗଣା ଓ କୃଷିକ୍ଷେତ୍ରରେ ସମ୍ପୂର୍ଣ୍ଣ ମାଗଣା , ତାମିଲନାଡୁରେ ୧୪ ହଜାର ୪ କୋଟି ସବ୍‌ସିଡି ଜରିଆରେ ୧୦୦ ୟୁନିଟ୍ ଘରୋଇ ଉପଭୋକ୍ତାଙ୍କ ମାଗଣା ଓ କୃଷିକ୍ଷେତ୍ରରେ ସମ୍ପୂର୍ଣ୍ଣ ମାଗଣା କରାଯାଇଛି (୬):-ଓଡ଼ିଶା ସରକାର ଅଳ୍ପକିଛି ସବ୍‌ସିଡି ବ୍ୟବସ୍ଥା କଲେ ଉଭୟ କ୍ଷେତ୍ରରେ ମାଗଣା ବିଜୁଳି ମିଳିପାରନ୍ତା
ଓଡ଼ିଶାରେ ବୃହତ ଶିଳ୍ପଗୁଡ଼ିକର ଟାରିଫ୍ ୟୁନିଟ୍ ପିଛା ସାମାନ୍ୟ ବଢ଼ାଇଦେଲେ ଉଭୟ ଘରୋଇ ଓ କୃଷିକ୍ଷେତ୍ର ମାଗଣାରେ ବିଜୁଳି ପାଇପାରିବେ।
ତେଣୁ ନୂଆବର୍ଷରୁ ରାଜ୍ୟ ସରକାର ଘରୋଇ ଉପଭୋକ୍ତାଙ୍କୁ ୩୦୦-୪୦୦ ୟୁନିଟ୍ ମାଗଣା ବିଜୁଳି ଦିଅନ୍ତୁ । କୃଷି କ୍ଷେତ୍ରରୁ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଗଲେ କୃଷିର ବିକାଶ ମଧ୍ୟ ହୋଇପାରିବ।
(୭):-୭୧୪୫ କୋଟି ଟଙ୍କା ଅଧିକ ବିଦ୍ୟୁତ ବିଲ୍ ଆଦାୟ ଟଙ୍କା ଆଗ ଫେରାଅ
ସବୁଠାରୁ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ବିତର୍କ କମ୍ପାନୀମାନେ ଗ୍ରାହକଙ୍କ ଠାରୁ ବାଧ୍ୟତାମୂଳକ ଏକ ଏମ୍.ଏଫ୍.ସି ଚାର୍ଜେସ୍ (ମାସିକିଆ ସ୍ଥାୟୀ ଚାର୍ଜ) କିଲୋୱାଟ୍ ପିଛା ୧୨୦ ଟଙ୍କା ଆଦାୟ କରୁଛନ୍ତି ।
ଏହାଦ୍ଵାରା ପ୍ରତିମାସରେ ୧୨୦ କୋଟି ଟଙ୍କା ଗ୍ରାହକ ମାନଙ୍କୁ ଆଦାୟ କରାଯାଉଛି ।
ପ୍ରତିବର୍ଷ ୧୪୪୦ କୋଟି ଟଙ୍କା ଆଦାୟ କରୁଥିବା ବେଳେ ଏହି ୫ ବର୍ଷ ମଧ୍ୟରେ ୭୨୦୦ କୋଟି ଟଙ୍କା ଆଦାୟ କରିଛନ୍ତି । ଏହି ଅର୍ଥ କାହିଁକି ଆଦାୟ କରାଯାଉଛି ଏବଂ କେଉଁ ବାବଦରେ ଖର୍ଚ୍ଚ କରାଯାଉଛି , ତାହାର ଅଡିଟ୍ କାହିଁକି ହେଉନାହିଁ? ଏହାର ଉତ୍ତର ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ ? ଟାଟା ପାୱାର ୨୦୨୦ ମସିହାରେ ଯେତେବେଳେ ସେସୁ ଅଧିଗ୍ରହଣ କଲେ ଏବଂ ପରେ ପରେ ୨୦୨୧ ମସିହା ଫେବୃୟାରୀ ମାସ ସୁଧା ଉତ୍ତର , ଦକ୍ଷିଣ ଓ ପଶ୍ଚିମ ଜୋନ୍‌କୁ ଅଧୁଗ୍ରହଣ କରିବା ପରେ ପରେ ଆଜି ପର୍ଯ୍ୟନ୍ତ ୫୩୫୭କୋଟି ଟଙ୍କା ଅଧିକ ବିଦ୍ୟୁତ ବିଲ୍ ଓଡ଼ିଶା ଏକ କୋଟି ବିଲ୍ ଆଦାୟ କରିଛନ୍ତି ।
ଯାହାର କମ୍ପାଣ୍ଡେଡ଼ ଇଣ୍ଟେରେଷ୍ଟ ଯଦି ଅନ୍ୟୁତ ୬.୬୦ ପଇସା ହିସାବ କଲେ ପାଖାପାଖ୍ ୪୦୦ କୋଟି ଟଙ୍କାରୁ ଅଧିକ ପାଇଛନ୍ତି । ୨୦୧୭ ମସିହା ରୁ ୨୦୨୦ ମସିହା ଆଜି ପର୍ଯ୍ୟନ୍ତ ପୂର୍ବ ବିତରକ କମ୍ପାନୀ (ରିଲାଏନ୍ସ) ୧୭୬୮ କୋଟି ଟଙ୍କା ଅଧିକ ବିଦ୍ୟୁତ ବିଲ୍ ଗ୍ରାହକ ମାନଙ୍କ ପାଖରୁ ଆଦାୟ କରିଛି ।
ଅତଏବ ୨୦୧୭ ମସିହାରୁ ୨୦୨୫ ମସିହା ମଧ୍ୟରେ ୭୧୪୫ କୋଟି ଟଙ୍କା ଅଧିକ ବିଦ୍ୟୁତ ବିଲ୍ ଓଡ଼ିଶାର ବିଦ୍ୟୁତ ଗ୍ରାହକ ମାନଙ୍କ ପାଖରୁ ଅଦାୟ କରାଯାଇଥିବାର ସଂପୂର୍ଣ୍ଣ ତଥ୍ୟ ଓ.ଇ.ଆର.ସି. ପାଖରେ ଥାଇ ମଧ୍ୟ କାହିଁକି ଏ ପର‌୍ୟ୍ୟନ୍ତ ଟାଟା ପାୱାର ବିତରକ କମ୍ପାନୀ ଓଡ଼ିଶାର ବିଦ୍ୟୁତ ଗ୍ରାହାକଙ୍କୁ ଅଧିକ ଆଦାୟ କରିଥିବା ପଇସା ଫେରାଉ ନାହିଁ ବା ତାଙ୍କ ବିଲ୍‌ରେ ଏହା ଆଡଜଷ୍ଟ କରାଯାଉନାହିଁ ।
ଏଥିପାଇଁ ଓ.ଇ.ଆର.ସି. ବିତରକ କମ୍ପାନୀମାନଙ୍କୁ ଦାୟୀ କରିବା ସହିତ ଦଣ୍ଡ ବିଧାନ କରିପାରିବାର କ୍ଷମତା ଥିଲେ ମଧ୍ୟ ଏହା କାହିଁକି କରା ଯାଉନାହିଁ? କାହା ସ୍ୱାର୍ଥରେ ଓ.ଇ.ଆର.ସି କାମ କରୁଛି ଏବଂ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଟାଟା ପାୱାରର ଫାଇଦା ପାଇଁ ଏତେ ଚେଷ୍ଟିତ କାହିଁକି? ଏହା କ\’ଣ ଓଡ଼ିଆ ଅସ୍ଥିତା କି ?(୮):-. ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ପୁନଃବିନ୍ୟାସ ପାଇଁ ୨୫ ହଜାର କୋଟି ଟଙ୍କାରୁ ଅଧିକ ବିତରକ କମ୍ପାନୀମାନଙ୍କୁ ପ୍ରଦାନ କରାଯାଇଛି
ଉନ୍ନତ ମାନର ଟ୍ରାନ୍ସଫରମର, କେବଲ, ଖୁଣ୍ଟ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ ନୂଆ ଲଗାଇବା ସହିତ ଭିତ୍ତିଭୂମିର (ଇନ୍ ଫ୍ରାଷ୍ଟ୍ର କ୍‌ଚର) ବିକାଶ ପାଇଁ ଏହି ଖର୍ଜ କରାଯାଇଛି ବୋଲି କୁହାଯାଇଛି ।
କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଅଡିଟ୍ ହେଉନାହିଁ କାହିଁକି? କାହିଁକି ଭାରତ ବର୍ଷରେ ଓଡ଼ିଶାର ସବୁଠାରୁ ଅଧିକ ବିଦ୍ୟୁତ କାଟ ହେଉଛି? ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଯାହା ବିତର୍କ କମ୍ପାନୀମାନଙ୍କ ପାଇଁ ଏକ ମୂଳ ମାନଦଣ୍ଡ ଥିଲେ ମଧ୍ୟ ତାହା ଏପର‌୍ୟ୍ୟନ୍ତ କାହିଁକି କରାଯାଉନାହିଁ? ଏଥିପାଇଁ ଓ.ଇ.ଆର.ସି ବିତର୍କ କମ୍ପାନୀମାନଙ୍କୁ ଆର୍ଥିକ ଦଣ୍ଡଠାରୁ ଆରମ୍ଭ କରି ତାଙ୍କ ଲାଇସେନ୍ସକୁ ମଧ୍ୟ ବାତିଲ କରାଯାଇପାରିବ ।
କିନ୍ତୁ ଓ.ଇ.ଆରେ.ସି ଏ ସଂପର୍କରେ ନିରବ କାହିଁକି? (୯):-କଂଗ୍ରେସ ଲଢ଼ୁଛି ; ଉପଭୋକ୍ତା ମାନେ ମଧ୍ୟ ଲଢ଼ନ୍ତୁ , ରାଜ୍ୟ କଂଗ୍ରେସ ଓଡ଼ିଶାର ବିଦ୍ୟୁତ ଗ୍ରାହକ ମାନଙ୍କୁ ବିନମ୍ର ନିବେଦନ କରୁଛି ଯେ , ଆପଣମାନେ କେହି ଅଧିକ ଆଡିସିନାଲ୍ ସିକ୍ୟୁରିଟ୍ ଡିପୋଜିଟ୍ ଦିଅନ୍ତୁ ନାହିଁ ।
ଆପଣଙ୍କ ପାଖରୁ ନେଇଥିବା ଅଧିକା ପଇସା ଯେ ପର୍ଯ୍ୟନ୍ତ ଫେରସ୍ତ କରା ଯାଇନାହିଁ ବା ବିଲ୍‌ରେ ଆଡଜଷ୍ଟ କରା ଯାଇନାହିଁ , ସେ ପର୍ଯ୍ୟନ୍ତ ଆପଣ ଏହା ପ୍ରତ୍ୟାଖାନ କରନ୍ତୁ । ରାଜ୍ୟ କଂଗ୍ରେସ ଆପଣଙ୍କ ସହିତ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବ ।
(୧୦):-ରାଜ୍ୟ ସରକାର ନିରବ କାହିଁକି?
ଅଧା ଅଂଶଧନ ଥାଇ ମଧ୍ୟ ରାଜ୍ୟ ସରକାର ଏଥୁରେ ନିରବ ରହିବା ଏବଂ ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ସିଧାସଳଖ ଭାବେ ଲୁଣ୍ଠନ କରିବା ପାଇଁ ଯେଉଁ ଯୋଜନା ରଚିଛନ୍ତି , ତାହା କେବେ ହେଲେ ପୁରଣ କରିବାକୁ ଦିଆଯିବ ନାହିଁ ।
ଆଜିର ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ସାହୁ , ସୂର‌୍ୟ୍ୟ ନାରାୟଣ ପାତ୍ର , ପାର୍ଥ ରାଜ ପାଳ , ରାଜା ପାତ୍ର , ମାମାଲି କାର୍ଜି , ଇଶ୍ଵର ମାଝୀ , ଲକ୍ଷ୍ମଣ ବଳିଆର ସିଂହ , ମୀନ ମଣ୍ଡଳ , ଜାଖବ ରୋହିତ , ଲବ ସାହୁ , ସନ୍ତୁରଥ , ରାମ ଦଳେଇ , ବସନ୍ତ କୁମାର ପଣ୍ଡା , ପ୍ରମୁଖ ସାତଟି ବ୍ଲକ୍ ର ବହୁତ ନେତା କର୍ମୀମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930