Indus Valley Times

ଗଜପତି:ରାଷ୍ଟ୍ରୀୟ ଗୋକୁଳ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମେଗା ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ରାଷ୍ଟ୍ରୀୟ ଗୋକୁଳ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମେଗା ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:ରାଷ୍ଟ୍ରୀୟ ଗୋକୁଳ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମେଗା ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
June 07
09:53 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୬: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍ୟାଧିକାରୀଙ୍କ କାର୍ଯ୍ୟାଳୟର ଆୟୋଜକରେ ଏବଂ ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୌଜନ୍ୟତାରେ ଆଜି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଗୋକୁଳ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମେଗା ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଚିକିତ୍ସା ଶିବିରକୁ ଆସିଥିବା ୨୦୦ ରୁ ଅଧିକ ଗାଇ ମାନଙ୍କ ଗୋ-ବନ୍ଧ୍ୟା ଜନିତ ରୋଗର ନିରୂପଣ କରାଯିବା ସହ ମାଗଣା ଔଷଧ ଓ ଇଞ୍ଜେକସନ ପ୍ରଦାନ କରା ଯାଇଥିଲା ।
ପୁରୁଷ ଓ ମହିଳା ଚାଷୀ ମାନେ ସେମାନଙ୍କ ଗାଈକୁ ଚିକିତ୍ସା ଶିବିରକୁ ଆଣି ଚିକିତ୍ସା ପାଇଁ ଲମ୍ବା ଧାଡ଼ିରେ ରହି ନିଜ ନାମ ପଞ୍ଜିକୃତ କରାଇ ନେଇଥିଲେ ।
ଏହି ଗୋ-ବନ୍ଧ୍ୟା ଜନିତ ରୋଗ ନିରୂପଣ ଚିକିତ୍ସା କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ମାନଙ୍କ ଦ୍ଵାରା କରା ଯାଇଥିଲା ।
ଏହି ଅବସରରେ ଏକ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭାରପ୍ରାପ୍ତ ସିଡିଭିଓ: ତଥା ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ରମାକାନ୍ତ ରଣା ସଚେତନତା ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଗୋକୁଳ ମିଶନ ମାଧ୍ୟମରେ ଗାଈ ମାନଙ୍କ ବିଭିନ୍ନ ସମସ୍ୟା ଚିକିତ୍ସା ପରୀକ୍ଷା କରାଯାଇ ଗୋବନ୍ଧ୍ୟା ନିରାକରଣ ବ୍ୟବସ୍ଥା କରାଯାଉଛି କହି ଗୋରୁ-ଗାଈ ପାଳନ କରୁଥିବା ଚାଷୀ ମାନଙ୍କୁ ଗୋ ପାଳନର ବିଭିନ୍ନ ଦିଗ ଉପରେ ଜାଗ୍ରତ ଓ ସଚେତନ କରାଇବା , ଯାହା ଦ୍ୱାରା ଠିକ୍ ଭାବେ ଲାଳନ ପାଳନ କରି ସେମାନେ ଏମାନଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ଜୀବିକା ନିର୍ବାହ କରି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗୋ ପାଳନ ପାଇଁ ମହିଳା ମାନଙ୍କୁ ବିଶେଷ ଅଗ୍ରାଧିକାର ସ୍ୱରୂପ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେମାନେ ଏହାର ସୁଯୋଗ ନେବାକୁ କହି ଦେଶୀ ଗାଈକୁ କୁତ୍ରିମ ପ୍ରଜନନ ମାଧ୍ୟମରେ ଗର୍ଭାବସ୍ଥା ସମୟରେ ଅନ୍ୟ ଜାତିର ଉନ୍ନତ ମାନର ସିମେନ ଆଣି ଦେଲେ ଉନ୍ନତ ମାନ ତଥା ଉତ୍କୃଷ୍ଟ ପ୍ରଜାତିର ବାଛୁରୀ ଜନ୍ମଲାଭ ହୋଇଥାଏ ।
ସେହି ସମୟରେ ଗାଈ ଓ ବାଛୁରୀର ଉତ୍ତମ ଲାଳନ ପାଳନ କରି ଜୀବିକା ନିର୍ବାହ କରିବା ପଥ ଅତ୍ୟନ୍ତ ସୁଗମ ହୋଇଥାଏ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ଚାଷୀ ସଚେତନତା ସଭା କାର୍ଯ୍ୟକ୍ରମରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ: ବିର ରାଜୁ , ଗୁରାଣ୍ଡି ସରପଞ୍ଚ ଶ୍ରୀମତୀ ଶିଳ୍ପା ପାତ୍ର , କାଶୀନଗରର ବରିଷ୍ଠ କାଉନସିଲର ଶ୍ରୀ କେ: ରାମାରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କୁ ଗୋ-ପାଳନର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନ କରାଇଥିଲେ ।
କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ ଭିଏଏସ: ଡ଼ାଃ ଲୀମା ମହାନ୍ତି ଅତିଥି ଓ ଅନ୍ୟମାନଙ୍କୁ ସ୍ଵାଗତ କରିବା ସହ ସଚେତନତା ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଉପ ନିର୍ଦ୍ଦେଶକ ଡ଼ାଃ ବିଧୂତ୍ ଶେଖର ମିଶ୍ର ମଞ୍ଚାସିନ ରହି ଗୋଷାଣୀ ବ୍ଲକରେ କେତେକ ସ୍ଵୟଂ ସହାୟିକା ଦଳର ସଦସ୍ୟା ଗୋ ପାଳନ କ୍ଷେତ୍ରରେ ସକ୍ରିୟ ଥିବା ଉପରେ କହିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଗୋ-ବନ୍ଧ୍ୟା ଜନିତ ରୋଗ ନିରୂପଣ ଚିକିତ୍ସା ଶିବିରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ନାରାୟଣ ମହାପାତ୍ର , ଡ଼ାଃ ଶ୍ରୀକାନ୍ତ ଖଟୁଆ , ଡ଼ାଃ ତରୁଣେନ୍ଦୁ ପାତ୍ର , ଡ଼ାଃ ପ୍ରଶାନ୍ତ ସାମଲ , ଡ଼ାଃ ଶୁଭ ବିକାଶ ମଲ୍ଲିକ , ଡ଼ାଃ ଦିଲୀପ କୁମାର ସାହୁ , ଡ଼ାଃ ବାମୁଡ଼ି ସାଇ ସନ୍ଦୀପ , ଡ଼ାଃ ପ୍ରଭଞ୍ଜନ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ ।
ପ୍ରାନିଧନ ନିରିକ୍ଷିକା ପ୍ରୀତି ବିହାରୀ , କ୍ରାନ୍ତି ପ୍ରଧାନ , କାନ୍ଦି ଦେବୀ ଶ୍ରୀ ଜଗନ୍ନାଥ ରଥଙ୍କ ସମେତ ବିଭାଗୀୟ କର୍ମଚାରୀ ଶ୍ରୀ ରାକେଶ ପାଣିଗ୍ରାହୀ ଏବଂ ବିଭିନ୍ନ ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ମାନେ ଯୋଗଦେଇ ଶିବିର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30