Legatus

ଗଜପତି:ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ଡିଇଓ: ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

 Breaking News

ଗଜପତି:ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ଡିଇଓ: ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

September 17
20:16 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୯: ଗଜପତି ଜିଲ୍ଲାର ସରକାରୀ(ମାଧ୍ୟମିକ)
ନୂତନ ପେନସନ ଯୋଜନା ଭୂକ୍ତ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ସଂଘର ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ ଏବଂ ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାର ୧୧୬ ଟି ହାଇସ୍କୁଲର ଥିବା ସଂଘର ୧୪୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବୀ ସମ୍ପର୍କରେ ଏକ ଆଲୋଚନା ସଭା କରିଥିଲେ ।
ଏହି ଆଲୋଚନା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ , ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ର ଏବଂ ବରିଷ୍ଠ ସଦସ୍ୟା ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ଦୋରାଙ୍କ ସମେତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଶିବ କଲ୍ୟାଣୀ ଆଚାର୍ଯ ଏବଂ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ସେମାନଙ୍କ ଅଭିଭାଷଣ ରଖିଥିଲେ ।
ମୁଖ୍ୟତଃ ୨୦୦୪ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକ ଏକ ଭାବେ କାର୍ଯ୍ୟ କରି ଆସୁଥିବା ଯୋଗୁଁ ସେମାନଙ୍କ ପାଇଁ ଗୋଟିଏ ପ୍ରକ୍ରିୟା ହିଁ ଲାଗୁ ହେବା ଆବଶ୍ୟକ ।
ଯେଉଁ ମାନେ କେନ୍ଦ୍ରୀୟ ଇଂକ୍ରିମେଣ୍ଟର କିଛି ମଧ୍ୟ ପାଇ ନାହାନ୍ତି ସେମାନଙ୍କ ପାଇଁ ୬ ଟି ଇଂକ୍ରିମେଣ୍ଟ ନିହାତି ଭାବେ ଲାଗୁ କରାଯିବା କଥା । ତାହା ବ୍ୟତିତ ଏହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ୬ ବର୍ଷର କଣ୍ଟାକଚୁଆଲ ସମୟ ଟା ନିୟମିତ ରେ ପରିଣତ ହେବା କଥା ।
ଆମର ୨ ଗୋଟି ମୁଖ୍ୟ ଦାବୀ ହେଲା ଯେ , (୧):- ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଯୋଗ କରି ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ ଏବଂ (୨):- ପୁରୁଣା ପେନସନ ଲାଗୁ ତଥା ଏନପିଏସ: ବଦଳରେ ଓପିଏସ: ଲାଗୁ କରାଯାଉ ।
ଯେତେ ଦିନ ପର୍ଯ୍ୟନ୍ତ ଆମେ ଆମର ହକ ରାଜ୍ୟ ସରକାର\’ଙ୍କ ଠାରୁ ପାଇନୁ , ସେତେ ଦିନ ପର୍ଯ୍ୟନ୍ତ ଆମେ ଆମର ଆନ୍ଦୋଳନ ଜାରୀ ରଖିବୁ ।
ଅନ୍ୟପକ୍ଷରେ ଏହି ଅବସରରେ ଆମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚଳିତ ମାସର ଆସନ୍ତା ୨୬ , ୨୭ ଓ ୨୮ ତାରିଖ ୩ ଦିନ ଧରି ସମୂହ ଛୁଟିରେ ଯାଇ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସାମିଲ ହେବୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ସୂଚନା ଦେଇ କହିଛନ୍ତି ।
ପରେ ପରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସେହିଭଳି ଅନୁରୂପ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31