Indus Valley Times

ଗତବର୍ଷ ନନ୍ଦନକାନନକୁ ଆସିଥିଲେ ୪୦.୨୦ ଲକ୍ଷ ପରିଦର୍ଶକ, ମିଳିଥିଲା ୨୩.୨୩ କୋଟି ଟଙ୍କା ରାଜସ୍ୱ

 Breaking News

ଗତବର୍ଷ ନନ୍ଦନକାନନକୁ ଆସିଥିଲେ ୪୦.୨୦ ଲକ୍ଷ ପରିଦର୍ଶକ, ମିଳିଥିଲା ୨୩.୨୩ କୋଟି ଟଙ୍କା ରାଜସ୍ୱ

January 01
20:32 2026

ଭୁବନେଶ୍ୱର,୧/୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।
ଏଥିସହିତ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି ମୋଟ ୩୮ ଲକ୍ଷ ୪୩ ହଜାର ୨୮ ପର‌୍ୟ୍ୟଟକ। ବଟାନିକାଲ ଗାର୍ଡେନ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଥିଲା। ମୋଟ ୧ ଲକ୍ଷ ୭୭ ହଜାର ୫୧୧ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ବୁଲିଥିବା ସୂଚନା ମିଳିଛି।
ବିଗତ ବର୍ଷାରେ ରେକର୍ଡ ୨୩.୨୩ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି ନନ୍ଦନକାନନ। ୨୦୨୪ ତୁଳନାରେ ଏହି ରାଜସ୍ୱ ୧.୦୬ କୋଟି ଅଧିକ । ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ। ୨୨.୧୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31