Indus Valley Times

ଗନ୍ଧମାର୍ଦ୍ଦନ ଲୋଡିଂଅନିୟମିତତା: ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର

 Breaking News

ଗନ୍ଧମାର୍ଦ୍ଦନ ଲୋଡିଂଅନିୟମିତତା: ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର

ଗନ୍ଧମାର୍ଦ୍ଦନ ଲୋଡିଂଅନିୟମିତତା: ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର
March 14
16:50 2025

ବାଲେଶ୍ୱର,୧୪/୩ : ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ଗୁରୁବାର କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଥିଲା। ଶୁକ୍ରବାର ବାଲେଶ୍ୱର ଓପିଆଇଡି କୋର୍ଟରେ ଗିରଫ ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ତରଫରୁ ହାଜର କରାଯାଇଥିଲା।
କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଏକ ସ୍ବତନ୍ତ୍ର ଭ୍ୟାନ୍‌ରେ ସୁରକ୍ଷା ବଳୟ ମଧ୍ୟରେ ରାଜା ଚକ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ରାଜାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଇଓଡବ୍ଲ୍ୟୁ ପକ୍ଷରୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇନାହିଁ କି ରାଜାଙ୍କ ପାଇଁ ଜାମିନ ଆବେଦନ କରାଯାଇନାହିଁ ବୋଲି ରାଜାଙ୍କ ଓକିଲ ରଘୁନାଥ ପ୍ରଧାନ କହିଛନ୍ତି।
ଏହି ମାମଲାରେ ସମବାୟ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସଂସ୍ଥାର ସଭାପତି, ସମ୍ପାଦକ ଓ ଅନ୍ୟ ସହଯୋଗୀଙ୍କୁ ହାତ ବାରିସି କରି ରାଜା କୋଟି କୋଟି ଟଙ୍କା ହଡ଼ପ କରିଥିଲା।
୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସଂସ୍ଥା ୧୮୫ କୋଟି ଟଙ୍କା ଲାଭ କରିଥିବା ଖାତାରେ ଦର୍ଶାଯାଇଛି। କିନ୍ତୁ ୨୦୧୨-୧୩ରୁ ଏଯାବତ ଏହି ସଂସ୍ଥାର ଅଡିଟ୍ କରାଯାଇନାହିଁ। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସଂସ୍ଥା ପକ୍ଷରୁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ସୋସାଇଟିର ଗାଡ଼ି ବଦଳରେ ରାଜା ନିଜ ଗାଡ଼ି, ମେସିନାରିରେ ୯.୧ କୋଟି ଟଙ୍କାର ତେଲ ପକାଇବା ବାବଦରେ ମା’ କାଳୀ ପେଟ୍ରୋଲ ପମ୍ପକୁ ଗନ୍ଧମାର୍ଦ୍ଦନ ଏଜେନସି ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି। ୪ ବର୍ଷ ଭିତରେ ବିଭିନ୍ନ ଗାଁ ଲୋକଙ୍କ ମୁହଁକୁ ଚୁପ୍ କରି ସମର୍ଥନ ପାଇବାକୁ ସଂସ୍ଥା ପକ୍ଷରୁ ୩୩ କୋଟି ଟଙ୍କା ବଣ୍ଟାଯାଇଛି। ଶ୍ରମିକଙ୍କୁ ଦେୟ ଓ ଲୋଡିଂ ଖର୍ଚ୍ଚ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି ।
ଏହି ମାମଲାରେ ରାଜାଙ୍କ ୨ ଯାତ୍ରୀବାହୀ ଗାଡ଼ି ୪୦ ହାଇଓ୍ବା ଗାଡ଼ିକୁ ଜବତ କରାଯାଇଛି। ଏଥି ସହ ୨ ସ୍କ୍ରିନିଂ ପ୍ଲାଣ୍ଟକୁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଫ୍ରିଜ୍ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930