Indus Valley Times

ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ବୈଠକ, ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା

 Breaking News

ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ବୈଠକ, ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା

September 28
11:34 2024

ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୮/୯: ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ଆବାହକ ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଆବାହକତ୍ବ ରେ ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ସହ ବିଚାର ମଞ୍ଚ ଗଠନ କରାଯାଇ ବିପଦ ରେ ଥିବା ଦେଶର ସମ୍ବିଧାନ ଗଣତାନ୍ତ୍ରିକ ପ୍ରକ୍ରିୟା କୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି ବିଚାର ମଞ୍ଚ କାର୍ଯ୍ୟ କରିବ ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନୟାଗଡ ସଂଗ୍ରାମୀ ଭବନ ଠାରେ ଗାନ୍ଧୀ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ବିଶିଷ୍ଟ ସାହିତ୍ୟିକ ଗବେଷକ ଡ଼ ବିଜୟ ଚୌଧୁରୀ ଗାନ୍ଧୀ ବିଚାର ଆଦର୍ଶ ଉପରେ ଆଲୋକପାତ କରି ଗାନ୍ଧୀ ବିଚାରଧାରା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଗାନ୍ଧୀ ଦର୍ଶନ ବିଭିନ୍ନ ଦିଗ ଆଗାମୀ ପିଢ଼ି ଯୁବ ବର୍ଗଙ୍କୁ ସଚେତନ କରାଇବା ଉପରେ ତାତ୍ୱିକ ଆଲୋଚନା କରିଥିଲେ ।
ବିଶିଷ୍ଟ ବାମପନ୍ଥୀ ନେତା ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ସମର୍ପଣ ବୃଦ୍ଧାଶ୍ରମ କାର‌୍ୟ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ଭାରତ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ବରିଷ୍ଠ ନାଗରିକ ସଂଘ ଏଲଡର୍ସ ଭିଜନ ସଭାପତି ଆଇନଜୀବୀ ପ୍ରତାପ ନନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ୍ୟ ଶ୍ରୀଧର ସାହୁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଦୁର‌୍ୟୋଧନ ସାହୁ, ଅନାଦି ମହାନ୍ତି, କାମାକ୍ଷା ଦାଶ, ସୁରେନ୍ଦ୍ର ମହାପାତ୍ର,ସାମାଜିକ କର୍ମୀ ପ୍ରଦୀପ ସାହୁ ପ୍ରମୁଖ ବକ୍ତବ୍ୟ ରଖି ଗାନ୍ଧୀ ବିଚାର ମଞ୍ଚ କୁ ବଳିଷ୍ଠ କରାଇବା ପାଇଁ ମତାମତ ରଖିଥିଲେ । ଶିକ୍ଷାବିତ ଏମ ଔରଙ୍ଗଜେବ ଧନ୍ୟବାଦ ଦେଇ ଥିଲେ ।
ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଏକ ତ୍ରିରଙ୍ଗା ଯାତ୍ରା କରାଯାଇ ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା ଚକ୍ର କରାଯିବା ପାଇଁ ବୈଠକ ରେ ନିଷ୍ପତି ନିଆ ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031