Indus Valley Times

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର: ୧୮୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ

 Breaking News

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର: ୧୮୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର: ୧୮୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ
March 13
12:31 2025

ଭୁବନେଶ୍ୱର , ୧୩/୩ : ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଗିରଫ ହୋଇଥିବା
ଗୁରୁବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ରାଜା ଗିରଫ ହୋଇଛନ୍ତି।
କେନ୍ଦୁଝର ଜିଲା ଗନ୍ଧମାର୍ଦ୍ଦନ ଖଣି ଅର୍ଥ ହେରଫେର ମାମଲାରେ ଜଡ଼ିତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ର ଓ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା।
ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ସେମାନଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ। ଫଳରେ ରାଜା ଚକ୍ରଙ୍କ ସହଯୋଗୀମାନେ ହେଲେ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ ଓ ସୁଶାନ୍ତ ସାମଲ।
ସୂଚନାଯୋଗ୍ୟ , କେନ୍ଦୁଝର ଜିଲା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଜଡିତ ରାଜା ଚକ୍ର ଓ ତାଙ୍କର ୪ ସହଯୋଗୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ୩ଟି ପୃଥକ ଆବେଦନ କରିଥିଲେ।
ବିଜେଡି ନେତା ରାଜା ଚକ୍ରଙ୍କ ବିରୋଧରେ ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ରହିଛି। ନିକଟରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁୃ୍ୟ) ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା।
ଏହି ଘଟଣାରେ ଇଓଡବ୍ଲ୍ୟୁ ଗନ୍ଧମାର୍ଦ୍ଦନ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ, ସମ୍ପାଦକ ଉତ୍କଳ ଦାସ ପ୍ରମୁଖଙ୍କୁ ଗତ ଫେବୃଆରୀ ୭ ତାରିଖରେ ଗିରଫ କରିଥିଲା। ଉକ୍ତ ସଂସ୍ଥା ୨୦୦୬ ମସିହାରେ ଆଇରନ୍ ଓର୍ ଲୋଡିଂ କରିବା ନିମନ୍ତେ ରେଜିଷ୍ଟ୍ରେଶନ୍ କରିଥିଲା। ୨୦୧୭ ରୁ ୨୦୨୪ ମଧ୍ୟରେ ଏମାନଙ୍କ ବିରୋଧରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ହୋଇଥିଲା।
ଅଭିଯୁକ୍ତମାନେ ଶ୍ରମିକ ଖର୍ଚ୍ଚ, ଇପିଏଫ୍ ଟଙ୍କା, ପାରିପାର୍ଶ୍ୱିକ ବିକାଶ, ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ଭିତ୍ତିଭୂମିର ବିକାଶ କରିବା ଆଳରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ହାଇକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି ରାଜା ଚକ୍ର ଓ ଅନ୍ୟମାନଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031