Indus Valley Times

ଗୁଣପୁର ବିଧାୟକଙ୍କ ହନୁମନ୍ତପୁର ପଞ୍ଚାୟତ ଗସ୍ତ

 Breaking News

ଗୁଣପୁର ବିଧାୟକଙ୍କ ହନୁମନ୍ତପୁର ପଞ୍ଚାୟତ ଗସ୍ତ

ଗୁଣପୁର ବିଧାୟକଙ୍କ ହନୁମନ୍ତପୁର ପଞ୍ଚାୟତ ଗସ୍ତ
March 05
22:36 2025

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର ୫/୩ : ୨୫ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟଜିତ ଗମାଙ୍ଗ ଚନ୍ଦ୍ରପୁର ବ୍ଲକ ହନୁମନ୍ତ୍ ପୁର ପଞ୍ଚାୟତରର ପଙ୍କାଳନାଜୁ ଗ୍ରାମ ଗସ୍ତ କରିଛନ୍ତି। ବିଧାୟକଙ୍କୁ ଚନ୍ଦ୍ରପୁର ବ୍ଲକ କଂଗ୍ରେସ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରି ଥିଲେ।
ପଙ୍କାଳନାଜୁ ଗ୍ରାମରେ ହନୁମନ୍ତ୍ ପୁର ପଞ୍ଚାୟତର କଂଗ୍ରେସ କମିଟି ସଭାପତି ହିରୁ ମାଝୀ କିମ୍ଵାକାଙ୍କ ସଭାପତିତ୍ବରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇ ଥିଲା।
ମୂଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟ ଜିତ ଗମାଙ୍ଗ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ କଂଗ୍ରେସ କମିଟି ସଭାପତି ଜର୍ଜ କ।ଡାସିକା, ସାଂସଦ ପ୍ରତିନିଧି ଭୀମ ଗଗେରେଙ୍ଗା, ହୀରୁ ମାଝୀ କିମ୍ଵାକା, ଯାମି ଗୁରୁନାଥ, ପରୀକ୍ଷିତ ବେହେରା, ରତନ ଦାସ ମାଳବିଶୋଇ, ଉପେନ୍ଦ୍ର ଲିମା, ପୂର୍ଣ୍ଣ ଚଂଦ୍ର ବିଏସ୍କା, ବାବୁଲା ଜାଗେରେଙ୍ଗା, ସଚିନ ବିର ଦଳେଇ, ଜଗନ୍ନାଥ ବିବାର, ବାବାଜୀ କୁସୁଲିଆ, ବାଲାଜୀ କୁସୁଲିଆ, ସନ୍ତୋଷ ଷଢଙ୍ଗି, ସୁ ଶାନ୍ତ କାଡ୍ରାକା , ରାଜା ରାଓ ସାହୁ , ଜିତୁ ନିମାଲ ସମେତ ବ୍ଲକର କଂଗ୍ରେସ କର୍ମୀ ଉପ ସ୍ଥିତ ରହି ଥିଲେ।
ଏହି କର୍ମୀ ସମ୍ମିଳନୀ ବୈଠକରେ ବିଧାୟକ ଚନ୍ଦ୍ରପୁର ବ୍ଲକର ମୌଳିକ ସମସ୍ୟା ରାସ୍ତାଘାଟ ନିର୍ମାଣ,ପାନୀୟ ଜଳ ସମସ୍ୟା, ଶିକ୍ଷା, ସ୍ଵାସ୍ଥ୍ୟ ଉପରେ ଗୁରୁତ୍ଵ ଦେବି ବୋଲି କହିଛନ୍ତି।
ଏହା ବ୍ୟତୀତ କଂଗ୍ରେସ ଦଳର କର୍ମୀ ମାନେ ଲୋକ ମାନଙ୍କ ଅସୁବିଧା ସୁବିଧା ବିଷୟ ରେ ବୁଝିବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଶେଷ ହେବା ପରେ ବେଲାମଗୁଡା ଗାଁ କୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ।
ଗାଁ ଲୋକେ ବିଧାୟକଙ୍କୁ ମଣ୍ଡପ ନିର୍ମାଣ କରିବା ପାଇଁ ଅନୁ ରୋଧ କରି ଥିଲେ। ବିଧାୟକ ପାଣ୍ଠିରୁ ମଣ୍ଡପ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ସୁଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031