Indus Valley Times

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅନ୍ତର୍ଗତ ପ୍ରଥମ ଜିଲ୍ଳାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

 Breaking News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅନ୍ତର୍ଗତ ପ୍ରଥମ ଜିଲ୍ଳାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

May 06
22:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୫ : ଅ ମଙ୍ଗଳବାର ଦିନ ସ୍ଥାନୀୟ ଜିଲ୍ଲାପାଳ, ବୌଦ୍ଧଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପ୍ରଥମ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମାନ୍ୟବର ବିଧାୟକ, କଣ୍ଟାମାଳ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଓ ବୌଦ୍ଧ ବିଧାୟକ – ତଥା – ଓଡିଶା ସରକାରୀ ଦଳର ମୁଖ୍ୟ ସଚେତକ ମାନ୍ୟବର ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ପ୍ରତିନିଧି କୈଳାସ ଆଗ୍ରୱାଲ, ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଯୁଗଳ କିଶୋର ସାମଲ, ଜିଲ୍ଲାପାଳ ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ, ବୋୖଦ୍ଧ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବୃନ୍ଦାବନ ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ କାମେଶ୍ୱର ବେହେରା, ସହାୟକ ଯନ୍ତ୍ରୀ ଶ୍ରୀ ସାଗୁ ନାୟକ, ସମଗ୍ର ଶିକ୍ଷା ପ୍ରକଳ୍ପ ର ବୈଷୟିକ ପରାମର୍ଶଦାତା ଶ୍ରୀ ପରେଶ କୁମାର ବେହେରା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋଭ ରଂଜନ ମାଳି ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲିସାହି, ବୌଦ୍ଧର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ବୈଠକଟି ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ଦଫା ଓ ଦ୍ଵିତୀୟ ଦଫାରେ ମୋଟ ୨୧ ଟି ଉଚ୍ଚ-ପ୍ରାଥମିକ ବିଦ୍ୟାଳୟକୁ ହାତକୁ ନିଆଯାଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରାଥମିକ ସ୍ତରରେ ବିସ୍ତୃତ ପ୍ରକଳ୍ପ ବିବରଣୀ ଉପସ୍ଥାପନ କରାଯାଇଥିଲା ଓ ଆଲୋଚନା କରାଯାଇ ତଦନୁସାରେ କାର‌୍ୟ୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031