Indus Valley Times

ଗ୍ୟାରେଜରେ ପଶି ଜାଳିଦେଲେ ୬ଟି ବାଇକ୍ ଓ ୨ଟି କାର୍, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

 Breaking News

ଗ୍ୟାରେଜରେ ପଶି ଜାଳିଦେଲେ ୬ଟି ବାଇକ୍ ଓ ୨ଟି କାର୍, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

September 28
16:08 2022

କଳାହାଣ୍ଡି,୨୮/୯: ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର୍ ଜାଳି ଦେଲେ ଦୁର୍ବୃତ୍ତ। ଭବାନିପାଟଣାର ସହରର ଇରିଗେସନ କଲୋନିରେ ଘଟିଛି ଏଭଳି କିଛି ଅଘଟଣ।
ଗତ ବିଳମ୍ବିତ ରାତିରେ କଲୋନିର ରୋଶନ ପାଣ୍ଡେ ନାମକ ବ୍ୟକ୍ତିଙ୍କ ପାର୍କିଂରେ ଥିବା ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପାର୍କିଂ ରେ ଥିବା ଗାଡି ମାନଙ୍କୁ ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ଏ ନେଇ ରାତିରେ ଘର ମାଲିକ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲେ ବି ସବୁ ଜଳିଯାଇଛି। ଏନେଇ ଘର ମାଲିକ ରୋଶନ ପାଣ୍ଡେ ଭବାନିପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ସେପଟେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଭବାନିପାଟଣା ଥାନା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031