Indus Valley Times

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିି ଭୟଙ୍କର ଅଗ୍ନିକାଣ୍ଡ

 Breaking News

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିି ଭୟଙ୍କର ଅଗ୍ନିକାଣ୍ଡ

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିି ଭୟଙ୍କର ଅଗ୍ନିକାଣ୍ଡ
March 12
19:14 2026

ଅନୁଗୁଳ, ୧୨/୩ : ଅନୁଗୁଳ ବନ୍ତଳା ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବନ୍ତଳା ଛକର ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ଚାରୋଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି।
ବିସ୍ପୋରଣ ହେବ ମାତ୍ରେ ଉକ୍ତ ଦୋକାନ ସଂପୂର୍ଣ୍ଣ ଜଳିପଡ଼ି ପାଉଁଶ ହୋଇଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ମାର୍କେଟ ଜଳିଯାଉଛି। ପାଖାପାଖି ୨୦ରୁ ଅଧିକ ଦୋକାନ ନିଆଁରେ ପୋଡ଼ିଯିବା ସହ ବଜାରରେ ଏକପ୍ରକାର ଆତଙ୍କ ଖେଳିଯାଇଛି।
ମିଳିଥିବା ସୂଚନା ଅନୁସାରେ ମିଠା ଦୋକାନରେ ଆଜି ଅପରାହ୍ନ ସମୟରେ ଗ୍ୟାସରେ ବସାଇ ମିଠା ଓ ଅନ୍ୟ ଖାଇବା ଜିନିଷ ତିଆରି କରୁଥିବା ବେଳେ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ମିଠା ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ଆଖପାଖରେ ଥିବା ପ୍ରାୟ ୨୦ରୁ ଅଧିକ ଦୋକାନ ଜଳୁଥିବା ଦେଖାଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ,ଏକ ଜୋରଦାର ବିସ୍ଫୋରଣ ପରେ ଘନ ଧୂଆଁ ଏବଂ ପ୍ରଚଣ୍ଡ ନିଆଁ ଖୁବ୍ ଶୀଘ୍ର ନିକଟସ୍ଥ ଦୋକାନଗୁଡ଼ିକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର ତୀବ୍ରତା ଏତେ ଅଧିକ ମାତ୍ରାରେ ଥିଲା ଯେ, ସଙ୍ଗେ ସଙ୍ଗେ ଦୋକାନୀ ଏବଂ ସ୍ଥାନୀୟ ଲୋକ ଅଞ୍ଚଳ ସେହିସ୍ଥାନଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031