Indus Valley Times

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

 Breaking News

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
July 01
09:42 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ, ୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେନ୍ତୁଳିଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଓ ଉକ୍ତ ଗ୍ରାମର ଗୋପବନ୍ଧୁ ନାୟକଙ୍କ ଘର ପୋଡ଼ି ହୋଇ ନଗଦ ଟଙ୍କା ସହ, ଧାନ, ଚାଉଳ, ଲୁଗାପଟା, ଆସବାବପାତ୍ର ଇତ୍ୟାଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ନଷ୍ଟ ହୋଇଯାଇଛି ।
ସୂଚନାରୁ ଜଣାପଡିଛି ମଙ୍ଗଳବାର ସକାଳେ ନିଜ ଗୃହରେ କାଠ ଚୁଲାରେ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ହଠାତ ଘରର ଆସବାବ ଉପରେ ନିଆଁ ପଡି କିଛି କ୍ଷଣ ମଧ୍ୟରେ ଘରସାରା ମାଡି ଯାଇ ଘରର ଅଧିକାଂଶ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା ।
ଏହି ଦୃଶ୍ୟ ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇବାରେ ଲାଗି ପଡ଼ିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
କିଛି କ୍ଷଣ ମଧ୍ୟରେ ଅଗ୍ନିଶମ ବାହିନୀ ଅଧିକାରୀ ସୁଧାକର ନାୟକଙ୍କ ନେତୃତ୍ୱରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।
ପରବର୍ତ୍ତୀ ସମୟରେ ସ୍ଥାନୀୟ ତହସିଲଦାର ହରିଚନ୍ଦ୍ର ପ୍ରଧାନ ଏବଂ ରାଜସ୍ବ ନିରୀକ୍ଷକ ସୁମନ୍ତ କୁମାର ଯାନୀ, ଗୋପବନ୍ଧୁ ନାୟକଙ୍କ ଗୃହକୁ ଯାଇ କ୍ଷୟ କ୍ଷତିର ନିରୀକ୍ଷଣ କରିବା ସହ ଆକଳନ କରିଥିଲେ ।
ଏବାବଦରେ ରାଜସ୍ବ ନିରୀକ୍ଷକ ଶ୍ରୀ ଯାନୀଙ୍କ ସହ ଆଲୋଚନା କରାଯାଇଥିଲା,ସେ କହିଥିଲେ ସମସ୍ତ ବିଷୟ ଉପର ଅଧିକାରୀଙ୍କୁ ଅବଗତ କରା ଯାଇ ଅଛି, ସହାୟତା ଆସିଲେ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ ।
ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, ୧/୭: କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଠିକାଦାର, ବ୍ୟବସାୟୀ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଭାବେ ପରିଚିତ ପଦ୍ମଚରଣ ପାଣିଗ୍ରାହୀ (୬୪) ଙ୍କ ମଙ୍ଗଳବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ୱର୍ଗତ ପାଣିଗ୍ରାହୀ ଙ୍କ ଅମର ଆତ୍ମା କୁ ସମ୍ମାନ ଜଣାଇ ମଙ୍ଗଳବାର ଦିନ ତମାମ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା ।
ତାଙ୍କରି ପ୍ରଚେଷ୍ଟା ରେ ବାଲିଗୁଡା ନିକଟସ୍ଥ ବିରାଗୁଡା ଠାରେ ମା \’ ବନ ଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଆୟୋଜନ କରିଥିଲେ ।
ସେ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ,ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ଜଣାଶୁଣା ଥିବା ସହ ବିଭିନ୍ନ ଅନୁଷ୍ଠାନର ପଦ ପଦବୀ ରେ ରହି ଆସିଥିଲେ ।
ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ବର୍ଗତ ପାଣିଗ୍ରାହୀ ଙ୍କ ମର ଶରୀର କୁ ନିଜ ବାସଭବନ ଠାରୁ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।
ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର ସମାପନ ହୋଇଥିଲା ।
ଆଦିବାସୀ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
ବାଲିଗୁଡା, ୧/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ କାର୍ଯ୍ୟରତ ଦୁଇ କର୍ମଚାରୀ ମଙ୍ଗଳବାର ଦିନ ନିଜ ଚାକିରୀ କାଳ ରୁ ଅବସର ଗ୍ରହଣ କରୁଥିବାରୁ ଏକ ଆଡମ୍ବର ସହକାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟ ର କିରାଣୀ ତଥା ଟାଇପିଷ୍ଟ ପ୍ରମୋଦ କୁମାର ପଣ୍ଡା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାସ ଚନ୍ଦ୍ର ଡାକୁଆଙ୍କୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ପରିଷଦ ସମ୍ପାଦକ ତେଜେଶ୍ୱର ନାୟକଙ୍କ ଆବାହକତ୍ୱରେ ଡ.ସୁଶାନ୍ତ କୁମାର ଦାସ ,ବ୍ରଜେନ୍ଦ୍ର ବିନ୍ଧାଣୀ , ହିମାଂଶୁ କୁମାର ସାହୁ ,ସରୋଜ କୁମାର ପାଠୀ , ସୁରେଶ ମିଶ୍ର , ସୌଭାଗିନୀ ଦାଶ, କାହ୍ନୁ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ଦୁଇ କର୍ମଚାରୀ ଙ୍କ ନିରାମୟ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଭୁୟସୀ ପ୍ରଶଂସା କରିବା ସହ ମାନପତ୍ର ଓ ଉତ୍ତରୀୟ ଉପହାର ପ୍ରୀତିସନ୍ତକ ଭାବେ ପ୍ରଦାନ କରାଯାଇଥିଲା ।
ପ୍ରତ୍ୟୁତର ରେ ଦୁଇ କର୍ମଚାରୀ ନିଜ ଚାକିରୀ କାଳ ମଧ୍ୟରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ସବୁଦିନ ପାଇଁ ମନେ ରହିବ ବୋଲି ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031