Indus Valley Times

ଘର ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି, ଏକାଧିକ ଯାତ୍ରୀ ଆହତ

 Breaking News

ଘର ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି, ଏକାଧିକ ଯାତ୍ରୀ ଆହତ

ଘର ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି, ଏକାଧିକ ଯାତ୍ରୀ ଆହତ
February 19
10:30 2025

ବାଲେଶ୍ୱର , ୧୯/୨ : ଏକ ବରଯାତ୍ରୀ ବସ୍ ଘର ଭିତରକୁ ପଶିଯାଇଛି। ତେବେ ୫୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୧୦ରୁ ଅଧିକ ବରଯାତ୍ରୀଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତ କାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅସିତ ସାହୁ ବିବାହ ପାଇଁ ଔପଦା ବ୍ଲକ ଅନ୍ତର୍ଗତ ଜହ୍ନିଆପଦା ଗ୍ରାମର ଗୌରାଙ୍ଗ ସାହୁଙ୍କ ଝିଅଙ୍କୁ ବିବାହ କରିବା ପାଇଁ ବରଯାତ୍ରୀଙ୍କୁ ନେଇ ଯାଉଥିଲେ। ଶ୍ରୀଗଣେଶ ନାମକ ଘରୋଇ ବସ୍‌ରେ ୫୦ରୁ ଅଧିକ ବରଯାତ୍ରୀ ଯାଉଥିଲେ।
ପ୍ରଚଣ୍ଡ ଶଦ୍ଦ ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘରୁ ବାହାରକୁ ଆସି ଭିତରେଥିବା ବରଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସାଲାଗି ଖଇରା, ସୋର ଓ ଔପଦା ମେଡ଼ିକାଲକୁ ପଠାଇଥିଲେ ।
୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଭାରସାମ୍ୟ ହରାଇ ବସ୍‌ଟି ଘରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିଲାଵେଳେ ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31