Indus Valley Times

ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ

 Breaking News

ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ

ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ
January 16
11:02 2025

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଋାୟଗଡ଼ା,୧୬/୧ : ଚନ୍ଦ୍ରପୁର୧୫.୦୧ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟ ଅତିଥି ଭାବେ ଗୁଣପୁର ଆଦିବାସୀ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ ତତ୍ୱାବୋଧନରେ ,ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୋଇନ କିମ୍ୱାକା, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଙ୍ଗାଲଙ୍କ ଅଧକ୍ଷାତରେ ଆଜି ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ବିକୋଳାଙ୍ଗ, ବାର୍ଦ୍ଧକ୍ୟ ଭତ୍ତା ଦୁଇ ଜଣକୁ ପ୍ରଦାନ କରିଛନ୍ତି ।
ସେହିପରି, ବୁଡୁବାଲି, ହନୁମନ୍ତପୁର, ଡ଼ାଙ୍ଗସରଡ଼ା, ଟୁରିଗୁଡା,ଓ ପିସ୍କାପଙ୍ଗା ଗ୍ରାମ ପଞ୍ଚାୟତର ମୋଟ ୨୯ ଜଣକୁ ବ୍ଲକ ତରଫରୁ ବରିଷ୍ଠ (୮୦ ବର୍ଷରୁ ଅଧିକ) ଓ ୮୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ରହିତ କୁମାର ପଣ୍ଡା, ପିଓ ଆଶୁତୋଷ ପାଣି, ବୁଡୁବାଲି ସରପଞ୍ଚ ଭୀମ ଗୋଗେରେଙ୍ଗା, ପିଓ କରୁଣାକର ସେନାପତି, ହନୁମନ୍ତପୁର ପଞ୍ଚାୟତରେ ସରପଞ୍ଚ ନୀଳମାଇ ଦିବାକା, ପିଓ କରୁଣାକର ସେନାପତି, ଡ଼ାଙ୍ଗସରଡ଼ାରେ ସରପଞ୍ଚ ଅନିତା ଶବର, ପିଓ ରାଜେନ୍ଦ୍ର ପାଳ, ପିସ୍କାପଙ୍ଗାରେ ସରପଞ୍ଚ ଫୁଲମାଇ କ୍ରାଡିକା ପିଓ ଶ୍ରୀ ହିଆଲ୍ , ଟୁରିଗୁଡ଼ାରେ ସରପଞ୍ଚ ସୁନିତା ମୁଣ୍ଡିକା, ପିଓ ରାଜେନ୍ଦ୍ର ପାଳ ଯୋଗଦେଇ ବର୍ଦ୍ଧିତ ଭତ୍ତା ଅର୍ଥ ଆକାରରେ ପ୍ରଦାନ କରିଥିଲେ ।
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଳନ ଓ ୮୦ବର୍ଷରୁ ଅଧିକ ବ୍ୟୟଜ୍ୟେଷ୍ଠଙ୍କ ଶ ୮୦ପ୍ରତିଶତରୁ ଅଧିକ ଦିବ୍ୟଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ ସହ ଆସନ୍ତା ମାସରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହେବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରହିତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମକୁ ପିଓ ସାମାଜିକ ସୁରକ୍ଷା ସହାୟକ, ଜିଆରଏସ ଏବଂ ଡାଟା ଏଣ୍ଟ୍ରି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930