Indus Valley Times

ଚାରି ମାସ ହେବ ପଞ୍ଚାୟତକୁ ଯାଉନି ମୋ ବସ୍, ରାସ୍ତାରେ ଅଟକାଇଲେ ଗ୍ରାମବାସୀ

 Breaking News

ଚାରି ମାସ ହେବ ପଞ୍ଚାୟତକୁ ଯାଉନି ମୋ ବସ୍, ରାସ୍ତାରେ ଅଟକାଇଲେ ଗ୍ରାମବାସୀ

ଚାରି ମାସ ହେବ ପଞ୍ଚାୟତକୁ ଯାଉନି ମୋ ବସ୍, ରାସ୍ତାରେ ଅଟକାଇଲେ ଗ୍ରାମବାସୀ
July 15
22:41 2026

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ ରାୟଗଡ଼ା,୧୫/୭: ରାୟଗଡ଼ା ଜିଲ୍ଲା ପିସ୍କାପଙ୍ଗ ଚାରି ମାସ ହେବ ପଞ୍ଚାୟତକୁ ମୋ ବସ୍ ଯାଉ ନାହିଁ। ରାସ୍ତା ଖରାପ ଆଳରେ ପ୍ରଶାସନ ଚୁପ୍। ବାଧ୍ୟ ହୋଇ ଶେଷରେ ଗ୍ରାମବାସୀ ମୋ ବସ୍ ଅଟକାଇଲେ।
ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସବୁଠାରୁ ଦୁର୍ଗମ ପିସ୍କାପଙ୍ଗା ଗ୍ରାମପଞ୍ଚାୟତରେ।
ସୂଚନା ମୁତାବକ, ପିସ୍କାପଙ୍ଗା ପଞ୍ଚାୟତରୁ ଚନ୍ଦ୍ରପୁର ବ୍ଲକ ସଦର ମହକୁମାର ଦୂରତା ପ୍ରାୟ ୪୦ କି.ମି.। ଏହି ପିସ୍କାପଙ୍ଗା ପଞ୍ଚାୟତରେ ସମଗ୍ର ୨୬ ଖଣ୍ଡ ଆଦିବାସୀ ଗ୍ରାମର ଲୋକଙ୍କ ପାଇଁ ଯିବା-ଆସିବାର ଏକମାତ୍ର ସାହାରା ହେଉଛି ମୋ ବସ୍। ବ୍ଲକରେ କୌଣସି କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ସ୍କୁଲ, କଲେଜ ଓ ଚିକିତ୍ସା ପାଇଁ ଏହି ଗ୍ରାମୀଣ ଉନ୍ନୟନ (RD) ରାସ୍ତା ହିଁ ଏକମାତ୍ର ଭରସା।
କିନ୍ତୁ ଦୀର୍ଘ ୪ ମାସ ହେଲା ଆଲିଗଣ୍ଡା ଘାଟି ସଡକ ଖରାପ ଥିବା ଦର୍ଶାଇ ମୋ ବସ୍ ପିସ୍କାପଙ୍ଗାକୁ ଯାତାୟାତ ବନ୍ଦ କରିଦେଇଛି। ଏନେଇ ଗ୍ରାମବାସୀ ଓ ଜନପ୍ରତିନିଧି ଚନ୍ଦ୍ରପୁର ବିଡିଓଙ୍କୁ ଭେଟି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ।
ଶେଷରେ ବାଧ୍ୟ ହୋଇ ଆଜି ବୁଧବାର ଦିନ ସରପଞ୍ଚ ଫୁଲମୟୀ କାଡିକ୍ରା, ସମିତି ସଭ୍ୟ ଆକୁମାଝୀ ଗଗ୍ରେଙ୍ଗା, ସମସ୍ତ ୱାର୍ଡ ସଦସ୍ୟ ଓ ୧୨ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ଆଲିଗଣ୍ଡା ଘାଟିରେ ମୋ ବସ୍ କୁ ଅଟକାଇ ରଖି ପ୍ରତିବାଦ କରିଥିଲେ। ଗମନାଗମନ ନାହିଁ ତ ଶିକ୍ଷା ନାହିଁ, ସ୍ୱାସ୍ଥ୍ୟ ନାହିଁ।
ଆମେ ଆମର ମୌଳିକ ଅଧିକାର ପାଇଁ ଲଢୁଛୁ। ଏହା ଆମର ହକ୍ ର ଲଢେଇ ବୋଲି ଗ୍ରାମବାସୀ କହିଛନ୍ତି।
ଯଦି ତୁରନ୍ତ ରାସ୍ତା ମରାମତି କରି ମୋ ବସ୍ ଚଳାଚଳ ସ୍ୱାଭାବିକ ନ କରାଯାଏ, ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇ ବଡ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ଆର ଡି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031