Indus Valley Times

ଚିନ୍ତା ବଢ଼ାଇଲା କରୋନା, କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ଚିନ୍ତା ବଢ଼ାଇଲା କରୋନା, କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଚିନ୍ତା ବଢ଼ାଇଲା କରୋନା, କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
May 20
18:35 2025

ଭୁବନେଶ୍ୱର,୨୦/୫: ଭାରତକୁ ପୁଣି ଫେରିଛି କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି। ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ସେ କହିଛନ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଲୋକେ ସାବଧାନ ରୁହନ୍ତୁ। କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ । ଏବେ ବ୍ୟାପିଥିବା କୋଭିଡ୍ ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ଓଡ଼ିଶାରୁ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନସ୍ ପାଇଁ ପଠାଯିବ। ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ।
ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଗତବର୍ଷ ମଧ୍ୟ ଏହି ସମୟରେ କିଛି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପର୍ଯ୍ୟନ୍ତ କୋଭିଡ୍ ଯୋଗୁ ଗୁରୁତର ହୋଇଥିବା ରୋଗୀ ସାମ୍ନାକୁ ଆସିନାହାନ୍ତି ।
ସିଙ୍ଗାପୁର ଏବଂ ହଂକଂରେ କୋଭିଡ ସଂକ୍ରମଣ ବଢ଼ୁଛି । ଭାରତରେ କିଛି ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହି ଭେରିଆଣ୍ଟରେ ‌ଥଣ୍ଡା,ଛିଙ୍କ,କଫ ଓ ଗୋଡ଼ହାତ ବିନ୍ଧା ହେବ। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ସାବଧାନ ରୁହନ୍ତୁ। କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ସତର୍କ ରୁହନ୍ତି। ଏହି ଭେରିଆଣ୍ଟରେ ସଂକ୍ରମଣ ହାର କମ୍ ରହିଛି। ହେଲେ ଆମେ ସତର୍କ ରହିବା ଆବଶ୍ୟକ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31