Indus Valley Times

ଛଟେଇ ନୋଟିସ ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଓଲ୍ହାଇବ ନେସ୍କୋ ଠିକା ଶ୍ରମିକ ସଙ୍ଘ

 Breaking News

ଛଟେଇ ନୋଟିସ ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଓଲ୍ହାଇବ ନେସ୍କୋ ଠିକା ଶ୍ରମିକ ସଙ୍ଘ

ଛଟେଇ ନୋଟିସ ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଓଲ୍ହାଇବ ନେସ୍କୋ ଠିକା ଶ୍ରମିକ ସଙ୍ଘ
May 11
21:32 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଧର୍ମଶାଳା/ଓଡ଼ିଶା ,୧୧/୫ : ଗତ କିଛିଦିନ ଧରି ଟାଟା ପାୱାର ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋର ଧରିଛି। ୨୦୨୧ ମସିହା ଠାରୁ ବିଦ୍ୟୁତ ବିତରଣ ସଂସ୍ଥାର କିଛି ଅଂଶ ରାଜ୍ୟ ସରକାର ଟାଟା ପାୱାରକୁ ହସ୍ତାନ୍ତର କରିଥିଲେ।
ପରେ ସାରା ରାଜ୍ୟରେ ଟାଟା ପାୱାର ମନମାନୀ ଚଳାଇ ଆସୁଛି। ଅନେକ ସମୟରେ ଉପଭୋକ୍ତା ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ କରିଛନ୍ତି।
ଏବେ ଉପଭୋକ୍ତା ନୁହେଁ ନିଜର ପତିଆରା ଜାହିର କରୁଛି ତଳିଆ ଠିକା କର୍ମଚାରୀଙ୍କ ଉପରେ।ଟାଟା ପାୱାର ଉତ୍ତରାଞ୍ଚଳ (TPNODL ) ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା ବ୍ୟାପକ ଛଟେଇ ପତ୍ର ପ୍ରଦାନ କରୁଅଛି।
ଯାହାକି ସମ୍ପୁର୍ଣ ଭାବେ ବେଆଇନ ଓ ନିନ୍ଦନୀୟ ଅଟେ। ଏହାକୁ ଦୃଢ଼ ବିରୋଧ କରିଛି ନେସ୍କୋ ଠିକା ଶ୍ରମିକ ସଙ୍ଘ ଯାଜପୁର।
ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ସୋମବାର ଦିନ ଏକ ଦାବିପତ୍ର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ପ୍ରଦାନ କରାଯଇଛି।
ବିଦ୍ୟୁତ ବିତରଣ ବିଭାଗରେ ବିଭିନ୍ନ ପଦବୀ ଖାଲି ପଡିଥ‌ିବାବେଳେ ଦିର୍ଘ ୧୫/୨୦ ବର୍ଷ ଧରି ଠିକା କର୍ମଚାରୀ ଭାବେ ଅନବରତ ଦୈନିକ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ମାସିକ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସୁଥିଲେ। କୌଣସି କାରଣ ନଥାଇ ବେଆଇନ ଭାବେ ଛଟେଇ ପ୍ରକ୍ରିୟା ଜାରି ରହିଛି ।
ଯାହା ଫଳରେ ଶ୍ରମିକ ଓ କର୍ମଚାରୀ ମାନେ ଏଭଳି ପତ୍ର ପାଇ ମାନସିକ ଓ ଶାରିରୀକ ଭାବେ ଦୁର୍ବଳ ହୋଇ ପଡିଛନ୍ତି। TPNODL ଅଧୀନରେ କାର୍ଯ୍ୟରତ ଠିକାଦାର ମାନେ ବିଦ୍ୟୁତ ଭଳି ଏକ ମାତୃ ସେବାକୁ ଅଣଦେଖା କରିବା ଓ ବିଦ୍ୟୁତ ନିୟାମକ ଆୟୋଗ (OREC) ଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି ବୋଲି କହିବା ଘଟଣା ସାଧାରଣ କର୍ମଚାରିଙ୍କ ଠାରୁ ଆରମ୍ଭ କରି ବିଦ୍ୟୁତ ଗ୍ରାହକ ମାନଙ୍କୁ ମର୍ମାହତ କରିଛି।
ସମସ୍ତ ଘଟଣା ଗୁଡିକୁ ଦୃଷ୍ଟିଗୋଚର କରି ଯାଜପୁର ସର୍କଲ ଅଧୀନରେ ଥ‌ିବା ସମସ୍ତ ଡିଭିଜନରେ ଛଟେଇ ନୋଟିସ ଆସନ୍ତା ତା ୩୧/୦୫/୨୦୨୬ ରିଖ ପୂର୍ବରୁ ପ୍ରତ୍ୟାହାର ନକଲେ ନେସ୍କୋ ଠିକା ଶ୍ରମିକ ସଙ୍ଘ ଯାଜପୁର ପକ୍ଷରୁ ସଙ୍ଘର ସମସ୍ତ ସଭ୍ୟ ମାନଙ୍କୁ ନେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଅନଶନ କରିବାକୁ ସଙ୍ଘ ଚେତାବନୀ ଦେଇଛି।
ସଙ୍ଘର ସଭାପତି ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଓଝା, କୋଷାଦକ୍ଷ ଜ୍ୟୋତିପ୍ରକାଶ ପରିଡା ଓ କାର୍ଯ୍ୟକାରୀ ସଭାପତି ଚନ୍ଦନ ସାହୁଙ୍କ ସହଯୋଗରେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲଢେଇ ହେବା ନେଇ ସମସ୍ତ କର୍ମଚାରୀ ମାନଙ୍କୁ ଅବଗତ କରାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031