Indus Valley Times

ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ଵ : ଟିପିଏନଓଡିଏଲ ୫ଜିଲ୍ଲାରେ ଖୋଲିଲା କୌଶଳ ବିକାଶ କେନ୍ଦ୍ର

 Breaking News

ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ଵ : ଟିପିଏନଓଡିଏଲ ୫ଜିଲ୍ଲାରେ ଖୋଲିଲା କୌଶଳ ବିକାଶ କେନ୍ଦ୍ର

ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ଵ : ଟିପିଏନଓଡିଏଲ ୫ଜିଲ୍ଲାରେ ଖୋଲିଲା କୌଶଳ ବିକାଶ କେନ୍ଦ୍ର
March 18
20:48 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୮/୩ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଯାଜପୁର ସ୍ଥିତ ପାଣିକୋଇଲିରେ ନୂତନ ତଥା ଏହାର ପଞ୍ଚମ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି।
ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଶ୍ରୀ ଦ୍ବିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଟା ପାୱାର ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ସୁରେଶ ଖେତୱାନୀ, ଟିପି ଓଡ଼ିଶା ସୁରକ୍ଷା ମୁଖ୍ୟ ଶ୍ରୀ ଦେବୀପ୍ରସାଦ ଆଚାର୍ଯ୍ୟ ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅନନ୍ତ ନାରାୟଣ ସେନାପତି, ସିଭିଲ୍ ଏଚଓଜି ତନୁଜ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ ଡିପ୍ଲୋମା ତଥା ଆଇଟିଆଇ ଛାତ୍ରଛାତ୍ରୀଙ୍କ କୌଶଳ ଏବଂ ବ୍ୟବହାରିକ(ପ୍ରାକ୍ଟିକାଲ) ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ।
ବିଶେଷତଃ ଟିପିଏନଓଡିଏଲର ନବାଗତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି।
ଟିପିଏନଓଡିଏଲ ପୂର୍ବରୁ ବାଲେଶ୍ଵର ସମେତ ମୟୂରଭଞ୍ଜର ବେତନଟୀ, କେନ୍ଦୁଝରର ଯୋଡ଼ା ଓ ଭଦ୍ରକର ରାହାଞ୍ଜରେ ନବ ନିର୍ମିତ କୌଶଳ ବିକାଶ କେନ୍ଦ୍ର ଲୋକାର୍ପଣ କରିଛି।
ଟିପିଏନଓଡିଏଲର ଏହି ଅଭିନବ ପଦକ୍ଷେପ ନିଜର କର୍ମଚାରୀଙ୍କ କୌଶଳ ବୃଦ୍ଧି କରିବା ସହ ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଅଧ୍ୟୟନରତ ପିଲାଙ୍କ ଦକ୍ଷତା ବଢାଇବା ସହ ସେମାନଙ୍କୁ ଅଧିକ କୁଶଳୀ କରିବାରେ ସହାୟକ ହେବ ବୋଲି ସିଇଓ ଶ୍ରୀ ବସକ କହିଛନ୍ତି।
ଅପରପକ୍ଷେ ଆଇଟିଆଇ ପିଲାଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ଟିପିଏନଓଡିଏଲ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ସରକାରୀ ଆଇଟିଆଇଗୁଡିକ ସହ ବୁଝାମଣା ପତ୍ର ସ୍ଵାକ୍ଷର କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପିଲାଙ୍କ ଦକ୍ଷତା ବଢାଇବା ଦାୟିତ୍ଵ ନେଇଛି।
ଫଳରେ ପିଲାମାନେ କୁଶଳୀ ହେବା ସହ ନିଯୁକ୍ତି ପାଇବା ପାଇଁ ଦକ୍ଷ ହେଉଛନ୍ତି। ଟିପିଏନଓଡିଏଲ ସେବା ବିତରଣ କରୁଥିବା ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୫ଟି ସରକାରୀ ଆଇଟିଆଇ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛି।
କେବଳ ଇଲେକ୍ଟ୍ରିସିଆନ ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ସେମାନଙ୍କୁ ଯୁଗ ଉପଯୋଗୀ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଶିଳ୍ପ ସଂସ୍ଥା ଅବଶ୍ୟକ କରୁଥିବା ଦକ୍ଷତା ଜ୍ଞାନ ପ୍ରଦାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031