Indus Valley Times

ଜମୁଛି ବୌଦ୍ଧ ବୁଣାକାର ବଜାର

 Breaking News

ଜମୁଛି ବୌଦ୍ଧ ବୁଣାକାର ବଜାର

ଜମୁଛି ବୌଦ୍ଧ ବୁଣାକାର ବଜାର
December 12
10:52 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୨/୧୨: ବୌଦ୍ଧ ବୁଣାକାର ବଜାରରେ ସମ୍ବଲପୁରୀ ବସ୍ତ୍ର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ସାଧାରଣ ଗ୍ରାହାକମାନଙ୍କୁ ଆକର୍ଷିତ କରିବାରେ ଲାଗିଛି,ପ୍ରତି ସପ୍ତାହର ରବିବାର ଦିନ ବୌଦ୍ଧର ଆଦର୍ଶ କୃଷକ ବଜାର ମଧ୍ୟରେ ବୁଣାକାର ବଜାର ବସୁଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଣାକାରମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯାଉଅଛି ।
ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ବୁଣାକାର ବଜାର ଯୋଗୁଁ ଜିଲା ତଥା ଜିଲା ବାହାରର ବୁଣାକାରମାନଙ୍କ ପାଇଁ ବଜାର ସୁବିଧା ମିଳିବା ସହିତ ସେମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇଛି , ବୌଦ୍ଧଜିଲାରେ ପ୍ରାୟ ୩୫୦୦ ବୁଣାକାର ପରିବାର ଥିବାବେଳେ ୭ ହଜାରରୁ ଉର୍ଦ୍ଧ୍ୱ ତନ୍ତ କାର୍ଯ୍ୟକ୍ଷମ ରହିଛି ।
ଜିଲାରେ ଏହି ବୁଣାକାର ବଜାର ବସିବା ଦ୍ୱାରା ବିଶେଷ ଭାବରେ ବୁଣାକାର ପରିବାରମାନେ ଉପକୃତ ହେବା ସହିତ ପୋଡଶୀ ଜିଲାର ବୁଣାକାରମାନେ ମଧ୍ୟ ଲାଭବାନ ହୋଇପାରିଛନ୍ତି,ଏହି ବୁଣାକାର ବଜାର ଧିରେ ଧିରେ ବ୍ୟବସାୟୀ ଓ ଗ୍ରାହାକମାନଙ୍କୁ ଆକୃଷ୍ଟ କରିବା ସହିତ ଆଗାମୀ ଦିନରେ ରାଜ୍ୟରେ ଏହି ବଜାର ଜିଲା ପାଇଁ ଅନ୍ୟତମ ପରିଚୟ ହେବ ବୋଲି ସାଧାରଣରେ ଆଲୋଚନା ହେଉଅଛି ।
ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ବୈଠକ
ବୌଦ୍ଧ,୧୨/୧୨: ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଦେହୁରୀ ସଭାପତିତ୍ୱ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସି.ଆର.ସି ସନ୍ତୋଷ କର୍ଣ୍ଣ, ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଏଇ ବୈଠକରେ ସର୍ବମୋଟ ୪୫ ଜଣ ଅଭିଭାବକ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ, ପ୍ରଧାନ ଶିକ୍ଷକ ଶ୍ରୀ ଦେହୁରୀ ,ବିଦ୍ୟାଳୟରେ ଚାଲିଥିବା ଏଲ.ଆର୍.ପି,ଏଫ୍.ଏଲ୍.ଏନ୍ ଓ ଉତ୍କର୍ଷ ତଥା ଏସ-୧ ପରୀକ୍ଷା ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
ବୈଠକରେ ପିଲାମାନଙ୍କ ର ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱ ଦିଅଯାଇଥିଲା, ବିଦ୍ୟାଳୟରେ ହେବାକୁଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା , ବିଦ୍ୟାଳୟ ସ୍ତରୀୟ ବାର୍ଷିକକ୍ରୀଡା ପ୍ରତିଯୋଗିତା ଓ ବାର୍ଷିକଉତ୍ସବ ବିଷୟରେ ଆଲୋଚନା ହୋଇଥିଲା, ଶେଷରେ ଶିକ୍ଷୟିତ୍ରୀ ଶୁଧା ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦଘାଟିତ ହେଲା ବୌଦ୍ଧର ଧନୁଯାତ୍ରା,ମଞ୍ଚସ୍ଥ ହେଲା ନାଟକ ଧର୍ମ ସଂସ୍ଥାପନାର୍ଥାୟେ
ବୌଦ୍ଧ,୧୨/୧୨: କରୋନା ଯୋଗୁଁ ବନ୍ଦ ହୋଇଥିବା ଧୁନଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ପୁଣି ବୌଦ୍ଧରେ ଆରମ୍ଭ ହୋଇଛି, ବୌଦ୍ଧ ଭୈରବୀ ପଡିଆଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଶନିବାର ଦିନ ଉଦଘାଟିତ ହୋଇଛି ଧନୁଯାତ୍ରା, ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଯାତ୍ରାକୁ ଉଦଘାଟନ କରିଥିଲେ ।
ଉଦଘାଟନ ଦିବସରେ ନାଟ୍ୟ କଳାପରିଷଦ ପକ୍ଷରୁ ସକାଳେ ମହାନଦୀରୁ ଏକ କଳସ ଶୋଭଯାତ୍ରା ମଦନ ମୋହନ ଜୀଉଙ୍କ ମନ୍ଦିରକୁ ଆସିବା ପରେ ମନ୍ଦିରେ ପୁଜାର୍ଚ୍ଚନା କରାଯାଇଥିଲା ।
ନାଟ୍ୟୋତ୍ସବର ପ୍ରଥମ ଦିନରେ ପରିବବେଷଣ ହୋଇଥିଲା ନାଟକ ଧର୍ମ ସଂସ୍ଥାପନାର୍ଥାୟେ,ଏହି ନାଟକରେ ପ୍ରଭୁଶ୍ରୀରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ ଏବଂ ଦ୍ୱାପରେ କୃଷ୍ଣ ଅବତାର ପାଇ ପରିକଳ୍ପନା କରିବା ସଙ୍ଗେ ସଙ୍ଗେ କଂସର ଜନ୍ମ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ପରେ ଶୁନ୍ୟବାଣୀ ହେଲା ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତୋର ବଧ କରିବ, ଶୁନ୍ୟବାଣୀ ଶୁଣି କଂସ ଉତକ୍ଷିତ ହୋଇ ଦେବକୀ ଓ ବସୁଦେବକୁ କାରାବାସ ଦେଇ ଚିତ୍ରସେନକ ଓ ଇନ୍ଧୁମତିକୁ ମଧ୍ୟ କାରାବାସ ଦେଇ ନିଜେ ମଥୁରାର ରାଜା ହୋଇ ତ୍ରିପୁର ବିଜୟ କରିବା ପାଇଁ ଯାତ୍ରା ଆରମ୍ଭ କରିଛି, ଏହା ସହ ପଦ୍ମବତୀ ସହ କଂସର ବିବାହ ହେବା ସହ ଜାରାସନ୍ଧକୁ ବଧ ଆଦି ନାଟକ ପରିବେଷଣ ହୋଇଥିଲା ।
ଦୀର୍ଘ ୮ ଦିନ ଧରି ହେବାକୁଥିବା ଏହି ନାଟ୍ୟତ୍ସୋବରେ ବୌଦ୍ଧଜିଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁ କୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି ।
ଏହି ଯାତ୍ରା ସମୟରେ ସହରବାସୀଙ୍କୁ ନାଟକର ଭାବଧାରାରେ ବାନ୍ଧି ରଖିବା ପାଇଁ ସହରର ବିଭିନ୍ନ ଛକଜାଗା ମାନଙ୍କରେ ପଥପ୍ରାନ୍ତ ନାଟକ ଆୟୋଜନର ବ୍ୟବସ୍ଥା କରାଯାଇଛି ।
ନାଟ୍ୟୋତ୍ସବର ସଭାପତି ଆଦିତ୍ୟ ପୁଜାହାରୀ ଓ ସଂପାଦକ ପଙ୍କଜ ମେହେର ତତ୍ୱବଧାନରେ ଏହି ଯାତ୍ରା ପରିଚାଳନା ହେଉଅଛି, ନାଟକର ବିଭିନ୍ନ ଚରିତ୍ରରେ ନାଟ୍ୟୋତ୍ସବର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ପରିବେଷିତ ହେଊଉଅଛି, ଏହା ସହ ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମିନାବଜାରର ଆୟୋଜନ କରାଯାଇଛି,ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031