Indus Valley Times

ଜଳୁଛି ସହର ପୋଡ଼ୁଛି ଭାଟି,ଜଙ୍ଗଲ ବିଭାଗ କାଟୁଛି ବଟି

 Breaking News

ଜଳୁଛି ସହର ପୋଡ଼ୁଛି ଭାଟି,ଜଙ୍ଗଲ ବିଭାଗ କାଟୁଛି ବଟି

ଜଳୁଛି ସହର ପୋଡ଼ୁଛି ଭାଟି,ଜଙ୍ଗଲ ବିଭାଗ କାଟୁଛି ବଟି
May 24
17:54 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୪/୫ : ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ବଲାଙ୍ଗିର ସହର ଜନଶୂନ୍ୟ ହେଉଥିବା ବେଳେ ସହର ର ଚତୁଃପାର୍ଶ୍ୱରେ ଥିବା ଇଟା ଭାଟି ମାନଙ୍କରେ ଲୋକେ କାମ କରୁଥିବା ଦେଖିବାକୁ ମିଳୁଛି।
ସରକାର ଲାଲ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବର୍ଷ ବର୍ଷ ଧରି ଇଟା ଭାଟି ମାଲିକ ମାନେ ସରକାରୀ ନିୟମ ଉଲଂଘନ କରି ଇଟା ବ୍ୟବସାୟ କରି ମାଲେମାଲ ହେଉଥିବା ବେଳେ ହଜାର ହଜାର ବୃକ୍ଷ କଟି ଭାଟି ରେ ପୋଡ଼ୁଛି।
ଜଙ୍ଗଲ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରଜା ବୃକ୍ଷ ଗୁଡ଼ିକ କଟି ପଦା ହେବାକୁ ବସିଲାଣି। ଏହାସହ ଜଙ୍ଗଲ ଭିତରେ ଥିବା ଦାମୀ ବୃକ୍ଷ ଗୁଡ଼ିକ ମଧ୍ୟ ଇଟା ଭାଟି ରେ ପୋଡ଼ି ପାଉଁଶ ହୋଇଯାଉଛି।
ଏ ବିଷୟ କୁ ନେଇ ପ୍ରମାଣ ସହ ଡିଏଫ୍ଓ ଙ୍କୁ ଜଣାଇବାରୁ ପ୍ରତ୍ୟୁତ୍ତରରେ କାଠ ପରିବହନ ବେଳେ କୁଆଡେ ଜଙ୍ଗଲ ବିଭାଗ କାଠ ଜବତ କରିବାର ନିୟମ ଅଛି।ବୃକ୍ଷ କଟାଯାଇ ଗୋଟିଏ ସ୍ଥାନରେ ଜମା କରି ରଖିଥିଲେ କିମ୍ବା ଇଟା ଭାଟିରେ ପୋଡ଼ିଲେ ମଧ୍ୟ ଜଙ୍ଗଲ ବିଭାଗ ସେହି କାଠ କୁ ଜବତ କରି ପାରିବେ ନାହିଁ ବରଂ କିଛିଟା ପେନାଲ୍ଟୀ କାଟି ପାରିବେ ବୋଲି ଡିଏଫ୍ଓ ଦୃଢୋକ୍ତି ର ସହ ଜବାବ୍ ଦେଇଥିଲେ।
କଟି ଥିବା ବୃକ୍ଷ ପ୍ରଜା ର ନା ଜଙ୍ଗଲ ର ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ନୁହେଁ। ତେବେ ଘର ଏବଂ ବିଭିନ୍ନ ସ୍ଥାନରେ ଜମା କରି ରଖା ଯାଇଥିବା କାଠ ପଟା,ବଲି ଇତ୍ୟାଦି ପରିବହନ ହେଉ ନ ଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଘର ଘର ପଶି ସରକାରଙ୍କ କେଉଁ ନିୟମ ବଳରେ ସେ ଦ୍ରବ୍ୟ କୁ ଜବତ କରିବା ସହ କେସ ରୁଜୁ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୁଏ।ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଦୁର୍ବଳତା ର ସୁଯୋଗ ନେଇ ଜଙ୍ଗଲ ମାଫିଆ ମାନେ ଜଙ୍ଗଲ ରେ ଥିବା ନାମୀ ଦାମୀ ବୃକ୍ଷ କୁ କାଟି ନେବାରେ ସଫଳ ହେଉଛନ୍ତି।
ଇଟା ଭାଟି ମାନଙ୍କରେ ଜମା ଥିବା ବୃକ୍ଷ ଗୁଡ଼ିକୁ ଯଦି ଜବତ କରାଯାଏ ତେବେ ବିନା କାଠରେ ଭାଟି ଜଳିବା ଅସମ୍ଭବ।ଜଙ୍ଗଲ ବିଭାଗ ର ଟିକିଏ ତତ୍ପର ଜିଲ୍ଲାରେ ଲାଲ ଇଟା ଭାଟି ରୋକିବା ରେ ସଫଳ ହେବ।
ଇଟା ଭାଟି ଜଳିବା ଯୋଗୁଁ ସହର ଉତ୍ତପ୍ତ ହେଉଛି। ଜଙ୍ଗଲ ରେ ବନ୍ୟ ଜନ୍ତୁ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏଣୁ ଅନେକ ସମୟରେ ସହରମୁହାଁ ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି।
ସହର ନିକଟ ଗ୍ରାମ ସୁର୍ଡା ଅଞ୍ଚଳରେ ଅନେକ ଲାଲ ଇଟାଭାଟି କାଠରେ ପୋଡୁଥିବା ବେଳେ ପୁଇନ୍ତଲା ତହସିଲ,ଖଣି ବିଭାଗ ଏବଂ ଜଙ୍ଗଲ ବିଭାଗ ର ନିଘା ନାହିଁ।ସୁର୍ଡ଼ା ଗ୍ରାମର ଜୈନେକ ଇଟା ଭାଟି ମାଲିକ ପ୍ରାୟ ୭/୮ ଟି ଇଟା ଭାଟି କରିଛନ୍ତି।ସେହି ଭାଟି ରୁ ପ୍ରାୟ ୫/୬ ଲକ୍ଷ ଇଟା ବାହାରିବ ବୋଲି ଚର୍ଚ୍ଚା ହୁଏ।
ବର୍ତ୍ତମାନ ଗୋଟିଏ ଟ୍ରାକ୍ଟର ରେ ପ୍ରାୟ ୧୨୫୦ ଇଟା କୁ ୭୫୦୦ ଟଙ୍କା ରୁ ୮୦୦୦ ଟଙ୍କା। ତେବେ ଏହି ଇଟା ବ୍ୟବସାୟୀ ତାଙ୍କର ସମସ୍ତ ଖର୍ଚ୍ଚ କାଟି ଗୋଟିଏ ସିଜନ୍ ରେ କେତେ ଟଙ୍କା ଲାଭ କରୁଛନ୍ତି ତଦନ୍ତ ସାପେକ୍ଷ।ତାଙ୍କ ଇଟା ଭାଟିରେ କାଠ ଗଣ୍ଡୀ ଗୁଡ଼ିକ ଲଗାଇ ଭାଟି ତିଆରି କରୁଥିବା ବେଳର ଦୃଶ୍ୟ ଡିଏଫ୍ଓ ଙ୍କ ପାଖକୁ ପଠାଯାଇଥିଲା। ଡିଏଫ୍ଓ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31