Indus Valley Times

ଜ଼ିଲ୍ଲା ଆଇନ ସେବା ପ୍ରାଧକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

 Breaking News

ଜ଼ିଲ୍ଲା ଆଇନ ସେବା ପ୍ରାଧକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

May 02
08:44 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୫ : ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଜ଼ିଲ୍ଲପାଳଙ୍କ ସଦଭାବନା ଗୃହ ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।
ସଭା ଆରମ୍ଭ ରେ ଭାରପ୍ରାପ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ସରକାରଙ୍କ ବିଭିନ୍ନ ସ୍କିମ ଉପରେ ନିୟମାବଳୀ, ଶ୍ରମିକ ମାନଙ୍କ ପଞ୍ଜିକରଣ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଅଣସଂଗଠିତ ସାମାଜିକ ସୁରକ୍ଷା ଆଇନ, ପ୍ରବାସୀ ଶ୍ରମିକ ଆଇନ, ସର୍ବନିମ୍ନ ମଜୁରୀ ଆଇନ, ଶିଶୁ ଶ୍ରମିକ ନିରାକରଣ ଓ ନିଷେଧ ଆଇନ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ସମସ୍ତ ସହାୟତା,ସମସ୍ତ ଶ୍ରମିକ ମାନଙ୍କ ସଚେତନତା ଉପରେ ଏବଂ ଶ୍ରମିକ ମାନଙ୍କ ମଙ୍ଗଳ ନିମନ୍ତେ ସମସ୍ତ ଆଇନ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ବରିଷ୍ଠ ଦେୱାନୀ ବିଚାରପତି ଶିତିକଣ୍ଠ ପ୍ରଧାନ କାରଖାନା ଆଇନ, ପ୍ରସବ କାଳୀନ ଆଇନ, ଧାରା ୪୨,୪୩, ସର୍ବନିମ୍ନ ମଜୁରୀ ଆଇନ, ସମ୍ବିଧାନ ର ବିଭିନ୍ନ ଧାରା, ନିୟମ ଓ ଅଧିନିୟମ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ପ୍ରଥମ ଶ୍ରେଣୀ) ସୁସ୍ମିତା ପ୍ରିୟଦର୍ଶିନୀ ଶ୍ରମ ଅଧିକାର ଏବଂ ଶ୍ରମିକ ମାନଙ୍କ ଦାବି ବିଷୟରେ ଉପସ୍ଥାପନ କରିଥିଲେ ।
ଜ଼ିଲ୍ଲା ଓ ଦୌରା ଜଜ ପ୍ରତାପ କୁମାର ପାତ୍ର ଶ୍ରମିକ ମାନେ ବାହାରକୁ କାମ ପାଇଁ ଯିବାବେଳେ ନିଜର ସଠିକ ଡାଟା ଦେବା ସହ ଶ୍ରମିକ ମାନେ ସଚେତନ ହେବା ପାଇଁ ଆହ୍ୱାନ କରିଥିଲେ ।
ଏଥିସହ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏ ନେଇ ବାରମ୍ବାର ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ଏବଂ କିଛି ଅବୁଝା ରହିଲେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ସମସ୍ତ ବିଷୟ ବୁଝାଯିବକ୍ଷ ପାଇଁ ସ୍ୱତନ୍ତ୍ର ଭାବେ କକ୍ଷ ଖୋଲାଯାଇଛି ଏବଂ ଶ୍ରମିକ ମାନେ ସେଠକ୍ଷକୁ ଆସି ଯେ କୌଣସି ବିଷୟରେ ବୁଝି ପାରିବେ ବୋଲି କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସଚିବ,ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଶାଶ୍ଵତୀ ମିଶ୍ର ପରିଚାଳନା କରିବା ସହ ସ୍ୱାଗତ ଭାଷଣ, ଶ୍ରମିକ ମାନଙ୍କ ନିଜର କର୍ତ୍ତବ୍ୟ ପ୍ରତି ନିଜେ ସଚେତନ ହେବା, ନିଜର ମୌଳିକ ଅଧିକାର, ଆଇନ ଏବଂ ନିଜ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ୬ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷ ୫ ହଜାର ଲେଖାଏଁ, ଅଣ ସଂଗଠିତ ସାମାଜିକ ସୁରକ୍ଷା ଯୋଜନା ବୋର୍ଡ ରେ ପଞ୍ଜିକୃତ ହିତାଧିକାରୀ ଙ୍କ ମୃତ୍ୟୁ କାଳୀନ ସହାୟତା ରେ ତାଙ୍କ ନୋମିନୀ ଙ୍କୁ ୭ ଜଣଙ୍କୁ ୧ ଲକ୍ଷ ଟଙ୍କା ର ଡ ମି ଚେକ ଅତିଥି ମାନେ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟ ରେ ଜଜ, ପରିବାର ଅଦାଲତ ଅଖିଳ କୁମାର ପଶ୍ଚିମ କବାଟ, ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ସରୋଜିନୀ ପତି, ମୁଖ୍ୟ ଦଣ୍ଡାଧୀଶ ତଥା ବିଚାରପତି ନିରଞ୍ଜନ ପାତ୍ର,ରେଜିଷ୍ଟ୍ର ର, ଦେୱାନୀ ଅଦାଲତ ଜୟ ପ୍ରକାଶ ନାୟକ, ଉଖଣ୍ଡିୟ ନ୍ୟୟିକ ବିଚାପତି ସଂଗୀତା ଦାଶ,ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା, ଶୁଭେନ୍ଦୁ ଜେନା, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜ଼ିଲ୍ଲା ଜରୁରୀ ଅଧିକାରୀ ସୁଧର୍ମା ମଲ୍ଲିକ ସହକାରୀ ଜ଼ିଲ୍ଲାପାଳ ଶରତ ମିଶ୍ର, ଚାନ୍ଦିନୀ ମେହେର, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବିଚାର ବିଭାଗ,ଶ୍ରମ ବିଭାଗ ର କର୍ମଚାରୀ, ଶ୍ରମିକ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31