Indus Valley Times

ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

 Breaking News

ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
September 25
21:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୯ : ( ଗୁରୁବାର ) ଦିନ ଦିବା ୧୧ ଘଟିକା ସମୟରେ ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବୌଦ୍ଧ ଜ଼ିଲ୍ଲା ରେ ଥିବା ୩ ଗୋଟି ସମ୍ୱନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ମାସିକ ସମୀକ୍ଷା ବୈଠକ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ଠାରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ସୁଭଦ୍ରା ଯୋଜନା,ମମତା ଯୋଜନା, ଅଙ୍ଗନବାଡି ଗୃହ ନିର୍ମାଣ ଓ ବିଦ୍ୟୁତି କରଣ, ପୋଷଣ, ମହିଳା ଙ୍କ ବିକାଶ ତଥା କଲ୍ୟାଣ କାରୀ ପାଇଁ ବିଭିନ୍ନ ଯୋଜନା ବିଷୟରେ ସମୀକ୍ଷା, ସି ମାମ୍ (ପୂର୍ଣ୍ଣ ଆହାର), ସ୍ୱତନ୍ତ୍ର ପୃଷ୍ଟିକର ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା, କର୍ମଚାରୀ ଙ୍କ ସ୍ଥିତି ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।
ଭାରପ୍ରାପ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଧାନ ଗର୍ଭବତୀ ମାଆ ମାନଙ୍କର ବିଶେଷ ଯତ୍ନ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସେମାନଙ୍କ ର ଯତ୍ନ ନେବାପାଇଁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ ।
ଏଥିସହିତ ପୋଷଣ ମାସରେ ବୌଦ୍ଧ ଜ଼ିଲ୍ଲା ର ୩୪ ଗୋଟି ସେକ୍ଟର ରେ ସେକ୍ଟର ସ୍ତରୀୟ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ଏବଂ ଜ଼ିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷ ରୁ ଫୋକ ସୋ କାର୍ଯ୍ୟକ୍ରମ କରି ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଦତ୍ତ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ବୈଠକରେ ସି ଡ଼ି ପି ଓ, ବୌଦ୍ଧ ୱାହିଦା ବେଗମ, ସି ଡ଼ି ପି ଓ, ହରଭଙ୍ଗା ଦିପ୍ତିମୟୀ ପାତ୍ର, ସିଡିପିଓ, କଣ୍ଟାମାଲ ପଙ୍କଜିନୀ ମିଶ୍ର, ସମସ୍ତ ପ୍ରୋଗ୍ରାମ ଅଫିସର, ସୁପରଭାଇଜର,ଡ଼ି ପି ସି, ବି ପି ସି, ମମତା, ସୁଭଦ୍ରା, ପୋଷଣ ଯୋଜନା ବିଭାଗ ର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ କରୁଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930