Indus Valley Times

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

 Breaking News

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ
January 15
11:25 2026

ଭୁବନେଶ୍ୱର,୧୫/୧: ୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଧାଡ଼ି ଦର୍ଶନ ଚାଲିଥିବା ଜଣାପଡ଼ିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ। ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବନ୍ଦ ଥିଲା।
ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ଅବହେଳା ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଯାନିଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଉଥିବା ନଜିର ରହିଛି।
ମଙ୍ଗଳବାର ସନ୍ଧ୍ୟାଧୂପ ଠାରୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଥିବା ବେଳେ ଠାକୁରଙ୍କ ନବାଙ୍କ ବେଢ଼ା ମଧ୍ୟ ହୋଇପାରି ନ ଥିଲା। ମନ୍ଦିର ପ୍ରଶାସନ ସେବାୟତଙ୍କୁ ମନେଇବାରେ ବିଫଳ ହେବାରୁ ବୁଧବାର ଦିନତମାମ ଶ୍ରୀଲିଙ୍ଗରାଜ ଉପବାସ ରହିଥିଲେ। ତେବେ ମକର ସଂକ୍ରାନ୍ତିରେ ଠାକୁରଙ୍କ କୌଣସି ନୀତି ନ ହେବା ସହ ମକର ବେଢ଼ା ମଧ୍ୟ ବନ୍ଦ ହେବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।
ଠାକୁରଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଥିବାରୁ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସେବା ପ୍ରତିନିଧି ପକ୍ଷରୁ ମନ୍ଦିର ମୁଖଶାଳାଠାରେ ଧାରଣା ଦିଆଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ପ୍ରଭୁ ଲିଙ୍ଗରାଜଙ୍କ ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ଦକ୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବା ନେଇ ନାରାବାଜି ଦିଆଯାଇଥିଲା। ଅଶୋକ କୁମାର ମହାରଣା, ସୀତା ରାଉତ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗିରିଜା ଶଙ୍କର ମହାପାତ୍ର, ହୃଷୀକେଶ ମହାପାତ୍ର, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର ପ୍ରମୁଖ ଧାରଣାରେ ବସିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930