Indus Valley Times

ଜିରୋ ଆୱାର୍ ସେଲିବ୍ରେସନ୍‌କୁ ନେଇ କଟକଣା: ମଦପିଇ ଗାଡ଼ି ଚଳାଉଥିଲେ ଜରିମାନା, ଡିଏଲ୍ ବାତିଲ

 Breaking News

ଜିରୋ ଆୱାର୍ ସେଲିବ୍ରେସନ୍‌କୁ ନେଇ କଟକଣା: ମଦପିଇ ଗାଡ଼ି ଚଳାଉଥିଲେ ଜରିମାନା, ଡିଏଲ୍ ବାତିଲ

December 31
10:14 2024

ଭୁବନେଶ୍ୱର, ୩୧/୧୨ : ଆଜି ବର୍ଷର ଶେଷ ଦିନ, ବିଦାୟ ନେବ ୨୦୨୪ । ଆଜି ମଧ୍ୟରାତ୍ରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ସମସ୍ତେ ।
ବିଶେଷ କରି ଟୁଇନ୍ ସିଟରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସ୍ତୁତି ଭିତରେ ଟୁଇନ୍ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ ଅଭିଯାନକୁ ଜୋରଦାର କରିବ।
ବର୍ଷର ଶେଷ ଦିନରେ ମଦ୍ୟପଙ୍କୁ ଜଗିବାକୁ କଠୋର ପଦକ୍ଷେପ ନେଇଛି ପରିବହନ ବିଭାଗ । ଏଥିପାଇଁ ଆଜି ଅପରାହ୍ନରୁ କରାଯିବ ଯାଂଚ ।
ନୂଆବର୍ଷ ସେଲିବ୍ରେସନ ଆଳରେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ସଡ଼କ ସୁରକ୍ଷା ନିୟମ ଉଲଙ୍ଘନ ବିରୋଧରେ ନିଆଯିବ କଠୋର କାର‌୍ୟ୍ୟାନୁଷ୍ଠାନ । ଏନେଇ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ବେପାରୁଆ ଗାଡ଼ି ଚାଳକଙ୍କ ଉପରେ ଦୃଷ୍ଟି ରଖିବାକୁ ସହରର ବିଭିନ୍ନ ଛକ ମାନଙ୍କରେ ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛି । ମଦ ପିଇ ଗାଡ଼ି ଚଳାଇଲେ ମଟର ଯାନ ଆଇନର ଧାରା ୧୮୫ ଅନୁଯାୟୀ ଗାଡି ଜବତ କରାଯିବ । ଏଥିସହ ଜରିମାନା ଲାଗୁ ହେବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ।
ସେପଟେ ପୁରୀରେ ମଧ୍ୟ ନୂଆବର୍ଷ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଆଜି ଓ ଆସନ୍ତାକାଲି ପାଇଁ ଟ୍ରାଫିକ୍ କଟକଣା କଡ଼ାକଡ଼ି ହୋଇଛି । ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ମୁତୟନ ରହିବେ ୬୦ ପ୍ଲାଟୁନ୍ ଫୋର୍ସ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031