Indus Valley Times

ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

 Breaking News

ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ
March 10
20:09 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୩ : ଆଜି ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ସମ୍ରାଟ ହୋଟେଲ ସମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ତଥା ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ମଣ୍ଡଳୀର ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଜିଲ୍ଲା ସରକାରୀ ସାଂସ୍କୃତିକ ପରିଷଦର ସଭାପତି ବିଶ୍ଵନାଥ ସାହୁ, ଉପସଭାପତି ବିରଂଚି କୁମାର ସାହୁ ,ସମ୍ପାଦକ ଶ୍ରୀ ଗିରିଶ ନନ୍ଦ ମଞ୍ଚାସୀନ ରହି ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ ।
ଚଳିତ ବର୍ଷ ବିଶ୍ଵ ନାଟ୍ୟଦିବସ ଉପଲକ୍ଷେ ଆସନ୍ତା ୨୫ ତାରିଖ ଦିନ ଜୟୀରାଜଗୁରୁ ଟାଉନ ହଲ ଠାରେ ନାଟକ ବଂଶ ବୈଭବ ମଞ୍ଚସ୍ଥ ପାଇଁ ସର୍ବ ସମତିକ୍ରମେ ବୈଠକରେ ସ୍ଥିରୀ କୃତ କରାଯାଇଥିଲା ।
ଏହି ଉପଲକ୍ଷେ ଏକ ସାଂସ୍କୃତିକ ପତ୍ରିକା ଯାହା ଖୋରଧା ଜିଲ୍ଲାର ଐତିହ୍ୟ ,କଳା ଓ ସଂସ୍କୃତି ତଥା ବିଭିନ୍ନ ପାରମ୍ପରିକ ସଂଗୀତ ବିଭିନ୍ନ ବର୍ଗର ଲେଖକ ଲେଖିକାଙ୍କ ଠାରୁ ସଂଗ୍ରହ କରାଯାଇ ପତ୍ରିକା ଉନ୍ମୋଚନ କରାଯିବା ନିମନ୍ତେ ସ୍ଥିର କରାଯାଇଥିଲା ।
ଉକ୍ତ ବୈଠକରେ ଅନୁଷ୍ଠାନ ସଂଗଠକ ଡ଼ଃ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସଦସ୍ୟା ଡାକ୍ତର ଜୀବନ୍ତ କୁମାର ଆଚାର୍ଜୀ , ଡେପୁଟି କଲେକ୍ଟର ରଞ୍ଜନ କୁମାର ମହାନ୍ତି , ଡ଼ଃ ଅକ୍ଷୟ ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ଇଂ ଶିବଲାଲ ସାହୁ, ରଶ୍ମି କୁମାର ଦାସ, ଆସିଷ୍ଟାଣ୍ଟ କଲେକ୍ଟର ରିଶବ ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ଇପ୍ସିତା ସାହୁ,ଡେପୁଟୀ କଲେକ୍ଟର ସଂଗ୍ରାମ କେଶରୀ ଜେନା, ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ଡେପୁଟୀ କଲେକ୍ଟର ସାରା ମଲ୍ଲିକ, ଡେପୁଟୀ କଲେକ୍ଟର ସୌମ୍ୟା ସ୍ୱାଗତିକା ସ୍ୱାଇଁ, ଡେପୁଟୀ କଲେକ୍ଟର ସ୍ବିଟି ସୋରେନ, ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031