Indus Valley Times

ଜିଲ୍ଲା ସ୍ତରୀୟ,” ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ” ଅନୁଷ୍ଟିତ

 Breaking News

ଜିଲ୍ଲା ସ୍ତରୀୟ,” ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ” ଅନୁଷ୍ଟିତ

October 29
22:55 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୨୯/୧୦ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ର ଆୟୋଜନ କ୍ରମେ ଜିଲ୍ଲା ସ୍ତରୀୟ,” ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ” ୨ ଦିନିଆ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ଏକ ବିଶାଳ ମଶାଲ ଶୋଭା ଯାତ୍ରା ରେ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ,ଛାତ୍ର/ଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମିଶନ ଖେଳ ପଡିଆ ପର୍ଯ୍ୟନ୍ତ ଏକ ରେଳୀରେ ପହଞ୍ଚିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ମହୋତ୍ସବ କୁ ଉତ୍ଘାଟନ କରିଥିଲେ।
ମିଶନ ଫିଲ୍ଡ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ରେ ଯାଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ,ଆଇନ୍ ପର୍ଯ୍ୟବେକ୍ଷକ ଦିଗମ୍ବର କର ଉପସ୍ଥିତ ଥିଲେ।
ଏହାପରେ ଜିଲ୍ଲା ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଅତିଥିଭାବେ ସେକ୍ରେଟାରୀ ଡିଏଲ୍ଏସ୍ଏ ର ପବିତ୍ରଚନ୍ଦ୍ର ପଧାନ,ଆଇଟିଆଇ ର ଅଧକ୍ଷ ସାମ ଓରାମ,ଶିଶୁ ମଙ୍ଗଳ ଅଧକ୍ଷ ଲମ୍ବୋଦର ଦୀପ,ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ,ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବିଭିନ୍ନ ଷ୍ଟଲ କୁ ଉଦ୍ଘାଟନ କରିଥିଲେ।ଶିଶୁ ମାନଙ୍କୁ ଉତ୍ସାହିତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରଯାଇଥିଲା।
ଏହାପରେ ବାଳକ ବାଳିକା ମାନଙ୍କୁ ନେଇ ଲମ୍ବଡିଆ,ଉଛାଡ଼ିଆ, ଦୌଡ଼ ୧୦୦ମିଟର,୨୦୦ ମିଟର,ଚେସ,କେରମ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930