Indus Valley Times

ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ଜିଲ୍ଲା ସରପଞ୍ଚ ସଂଘ, ତିଖିରି ସରପଞ୍ଚଙ୍କୁ ନ୍ୟାୟ ପ୍ରଦାନ ଦାବି

 Breaking News

ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ଜିଲ୍ଲା ସରପଞ୍ଚ ସଂଘ, ତିଖିରି ସରପଞ୍ଚଙ୍କୁ ନ୍ୟାୟ ପ୍ରଦାନ ଦାବି

June 17
21:00 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୬ : ବୁଧବାର ଦିନ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ପଡା ବ୍ଲକ୍ ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ପ୍ରଶାସନ ଓ ପୋଲିସ କରିଥିବା ଅମାନୁଷିକ ବ୍ୟବହାରର ନ୍ୟାୟିକ ତଦନ୍ତ ପାଇଁ ସରପଞ୍ଚ ସଂଘ ଦାବି କରିଛି ।
ମହାକାଳ ପଡା ବ୍ଲକର ସିସି ଟିଭି ଓ ଚାମେଲି ଓଝାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ଭିଡ଼ିଓକୁ ସାର୍ବଜନୀନ କରାଯାଇ ଯେଉଁ ମାନେ ଚାମେଲିଙ୍କୁ ଅଭଦ୍ରୋଚିତ୍ ଅସମ୍ମାନ କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଚାମେଲି ଓଝାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଛନ୍ତି । ଜିଲ୍ଲାର ସରପଞ୍ଚ ମାନେ ବୌଦ୍ଧ କୋର୍ଟ ଛକ ଠାରୁ ଏକ ଶୋଭାଯାତ୍ରାରେ ବୌଦ୍ଧ କୋର୍ଟ ଛକ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଅରୁଣ ବାଘ, ସମ୍ପାଦକ ନିହାର କୁମାର୍ ଘୋଷଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031