Indus Valley Times

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

 Breaking News

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ
April 27
11:59 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୪: ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥ୍ୟ ଭାବେ ଇଂ. ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ନୟାଗଡ, ଜିଲ୍ଲାର ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ପଦାଧ୍ୟାକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ପରେ ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ତାଙ୍କ ଅଭିଭାଷଣରେ କହିଲେ ଯେ, ଆମକୁ ପରିଚୟ ଦେଇଥି୍ବା ମନିଷୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ଜୟନ୍ତୀ ପାଳନରେ ଶିକ୍ଷା ବିନା ସବୁ ଅନ୍ଧାର ଏ କଥା ସେ ହୃଦୟଙ୍ଗମ କରିପାରିଥିଲେ ଏବଂ ବହୁ ସ୍କୁଲ, କଲେଜ ପ୍ରତିଷ୍ଠା କରିଥିଲେ ।
ସେତେବେଳେ ଏକମାତ୍ର ପ୍ରୋଭିନସ୍ ଥିଲା ଯେଉଁଠାରେ ମାଗଣାରେ ଖାଇବା, ପଢ଼ିବା ପାଇଁ ସୁଯୋଗ ଦିଆଯାଉଥିଲା । ବାଣୀବିହାରର ଅନୁଷ୍ଠାନ ପାଇଁ ସେ ତାଙ୍କର ନିଜ ଅର୍ଥଦାନ କରିଥିଲେ । ଜାତିପ୍ରୀତି ଦେଶପ୍ରୀତିରେ ଉଦ୍‌ବୁଦ୍ଧ ହୋଇ ଇଂରେଜ୍ ସରକାରଙ୍କୁ ପ୍ରଭାବିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଦାବି କରିଥିଲେ ।
ସେହିପରି ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ, ଶ୍ରୀ ରଜତ କୁମାର ପଟ୍ଟନାୟକ ତାଙ୍କର ବକ୍ତବ୍ୟ ରଖିଥିଲେ । ମହମ୍ମଦ ଓମର ମାଲ୍ଲିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ, ଇତିହାସକୁ ଜାଣିବା ଆମର ଓଡ଼ିଆ ଅସ୍ମିତା,ସଂକ୍ଷିପ୍ତ
ଇତିହାସ ଜାଣିଲେ ଓଡ଼ିଆର ଅସ୍ମିତା ରହିବ । ଶ୍ରୀ ଶରତ ଆଚାର୍ଯ୍ୟ, ଶିକ୍ଷକ ତଦନୁଯାୟୀ ତାଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930