Indus Valley Times

ଜୀବନ ଜିଜ୍ଞାସା ଓ ଇଉରୋପେ ଗସ୍ତ ସମର୍କୀୟ ଅନୁଭୂତି ସାକ୍ଷାତକାର ପ୍ରେରଣାଦାୟୀ ଆଲୋଚନା

 Breaking News

ଜୀବନ ଜିଜ୍ଞାସା ଓ ଇଉରୋପେ ଗସ୍ତ ସମର୍କୀୟ ଅନୁଭୂତି ସାକ୍ଷାତକାର ପ୍ରେରଣାଦାୟୀ ଆଲୋଚନା

November 03
11:22 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ , ୩/୧୧: ବିଶ୍ୱ ଓଡ଼ିଆ ମାନଙ୍କ ନିମନ୍ତେ ଅନ ଲାଇନ ରେ ଥିଙ୍କର୍ଷ କ୍ଲବ ର ୧୩୭ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ ଦର୍ଶନ ଅଧ୍ୟାପକ ପ୍ରଫେସର ଧନେଶ୍ୱର ସାହୁ ଜୀବନ ଜିଜ୍ଞାସା ମୂଳକ ୨୦ ଟି ପ୍ରଶ୍ନ ଯଥା ସୃଷ୍ଟିଚକ୍ର, ପରିବାର ନିୟନ୍ତ୍ରଣ, ଜ୍ୟୋତିଷ, ଭାଗ୍ୟ, ପୁନର୍ଜନ୍ମ, ସୁକ୍ଷ୍ମଜଗତ, ଭଗବାନ ଙ୍କ ଅସ୍ତିତ୍ବ ଅବତାର, ପିଣ୍ଡ ବା ଶ୍ର।ଦ୍ଧ, ରତ୍ନ ଓ ରୁଦ୍ରାକ୍ଷା, ଅନ୍ଧବିଶ୍ୱାସ ଆଦି ବିଷୟରେ ଚମତ୍କାର ତଥ୍ୟ ଉପସ୍ଥାପନ କରିଥିଲେ ଯାହାକି ଥୀଙ୍କର୍ଷ କ୍ଲବ ୟୁ ଟ୍ୟୁବରେ ଉପଲବ୍ଧ।
ଏତଦ ବ୍ୟତୀତ ତାଙ୍କର ଇଉରୋପେ ଗସ୍ତ ପରିଭ୍ରମଣର ଅନୁଭୂତି ବର୍ଣ୍ଣନା କରି ରୋଚକପୂର୍ଣ୍ଣ ତଥ୍ୟ ପ୍ରକାଶ କରି କହିଲେ ଯେ ସେଠାରେ ବିଦ୍ୟୁତ କଟ ହୁଏନାହିଁ।
ଶବ୍ଦ ଓ ବାୟୁ ପ୍ରଦ୍ୟୁଷଣ, ଭିକାରୀ ପ୍ରଥା, ଅପମିଶ୍ରଣ ହୁଏନାହିଁ। ଲୋକେ ସତ୍ୟ ପ୍ରତି ଓ ନାଗରିକ ସଚେତନତା ବହୁତ ବେଶୀ ଓ ସମୟନୁବର୍ତ୍ତିତକୁ ଗୁରୁତ୍ୱ ଦିଅନ୍ତି ଯାହାକି ଆମ ଦେଶରେ ଓଲଟା।
ସାକ୍ଷତାକ।ର ଆଭାସୀ ଆଲୋଚନକୁ ସଂଯୋଜନା କରିଥିଲେ ଥିଙ୍କର୍ଷ କ୍ଲବ ପ୍ରତିଷ୍ଠାତା ସଭାପତି ବରଦା ପ୍ରସନ୍ନ ଦାସ।
ଦେଶ ବିଦେଶରୁ ବହୁ ବ୍ୟକ୍ତି ୟୁଟ୍ୟୁବ ରେ ଯୋଗଦେଇଥିଲେ। ଡ ନନ୍ଦ ନନ୍ଦନ ଦାସ, ନିମାଇଁ ସ୍ବାଇଁ, ବାଲ୍ମୀକି ନାୟକ, ପ୍ରତାପ ରାଉତ, ସୁବାସ ପଟ୍ଟନାୟକ ମତାମତ ଉପସ୍ଥାପନା କରି ଆଲୋଚନାଟି ଉଚ୍ଚକୋଟୀର ହୋଇଥିଲାବୋଲି କହିଥଲେ।
ବିଭୁଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରି ଥିଲେ । ଆଗ୍ରହୀ ବ୍ୟକ୍ତି ମାନେ ୟୁଟ୍ୟୁବ ଶୁଣିବା ସହ ବହୁସଂଖ୍ୟାରେ ଯୋଗଦେଇ ଉପକୃତ ହେବାକୁ ସମ୍ପାଦକ ଉମାଶଙ୍କର ମିଶ୍ର ନିବେଦନ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031