Indus Valley Times

ଜୁନିୟର ରେଡ୍‌କ୍ରସ୍ ପରାମର୍ଶଦାତାଙ୍କ ତ୍ରି ଦିବସୀୟ ଆବାସିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ: ୧୦୦ ବୃକ୍ଷଚାରା ରୋପିତ ଓ ୧୭୧ ୟୁନିଟ୍ ରକ୍ତ ସଂଗୃହୀତ

 Breaking News

ଜୁନିୟର ରେଡ୍‌କ୍ରସ୍ ପରାମର୍ଶଦାତାଙ୍କ ତ୍ରି ଦିବସୀୟ ଆବାସିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ: ୧୦୦ ବୃକ୍ଷଚାରା ରୋପିତ ଓ ୧୭୧ ୟୁନିଟ୍ ରକ୍ତ ସଂଗୃହୀତ

ଜୁନିୟର ରେଡ୍‌କ୍ରସ୍ ପରାମର୍ଶଦାତାଙ୍କ ତ୍ରି ଦିବସୀୟ ଆବାସିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ: ୧୦୦ ବୃକ୍ଷଚାରା ରୋପିତ ଓ ୧୭୧ ୟୁନିଟ୍ ରକ୍ତ ସଂଗୃହୀତ
July 01
22:06 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧/୭ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବୌଦ୍ଧ ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଅଣ ତାଲିମପ୍ରାପ୍ତ ଜୁନିୟରେଡ଼କ୍ରସ ପରାମର୍ଶଦାତାଙ୍କ ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିର ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାଲ ଠାରେ ଉଦ୍ଘାଟିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଖଣ୍ଡୀୟ ବନ ଅଧିକାରୀ ଦେବପ୍ରିୟ କମ୍ପ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶାନ୍ତା ନିବେଦିତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ଭଞ୍ଜନ ମାଳି, ଲୁଣି ବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ, ଜିଲ୍ଲା ଜୁନିଅର୍ ରେଡ଼କ୍ରସ୍ ସମ୍ପାଦକ ଆନନ୍ଦ କୁମାର ବେହେରା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ଦାନି ପ୍ରମୁଖ ଯୋଗଦେଇ ଜୁନିଅର୍ ରେଡ଼କ୍ରସ୍ ପତାକା ଉତ୍ତୋଳନ କରିବା ସହିତ ସମୂହ ବୃକ୍ଷ ରୋପଣ ଓ ବୃହତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ।
ଡା. ବିକେ ଆର ସି ଦେଓହେମ୍ବ୍ରମ୍ ଙ୍କ ତତ୍ତ୍ଵାବଧାନରେ ଏହି ବୃହତ୍ ରକ୍ତଦାନ ଶିବିରରେ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ତଥା ବିଇଓ ମାନେ ରକ୍ତଦାନ କରି ରେକର୍ଡ ସଂଖ୍ୟକ ୧୭୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବୌଦ୍ଧ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ଜୁନିଅର୍ ରେଡ଼କ୍ରସ୍ ପରାମର୍ଶଦାତା ଭାବେ ତିନି ଦିନ ଧରି ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିରାପତ୍ତା, ରକ୍ତଦାନ, ସଡ଼କ ସୁରକ୍ଷା,ପରିବେଶ ସୁରକ୍ଷା,ଏଡ଼ସ ସଚେତନତା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ତାଲିମ ପ୍ରାପ୍ତ ହେବେ। ସଂଧ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930