Indus Valley Times

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ; ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

 Breaking News

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ; ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ; ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର
July 14
11:39 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୪/୭: ରବିବାର ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ଜେଏସ୍‌ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନମ୍ର ରହିବା, ସଫଳତା ହାସଲ କରିବା ପାଇଁ ନିଜ ଉପରେ ବିଶ୍ୱାସ ରଖିବା,କଠିନ ପରିଶ୍ରମ ଓ କେବେ ବି ଶିଖିବା ବନ୍ଦ ନ କରିବା ପାଇଁ ପରାମର୍ଶ ଦେଇଥିଲେ।
ଜୀବନର ପରବର୍ତ୍ତୀ ଅଧ୍ୟାୟରେ ପାଦ ଦେବା ସମୟରେ ମନେ ରଖିବା,ଏହା ଶେଷ ନୁହେଁ ବଂର ଆରମ୍ଭ,ଭାବି ଆହୁରି କିଛି ବଡ ସ୍ବପ୍ନ କୁ ସାକାର କରିବା ବୋଲି ସମବେତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଇନକମ୍ ଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ନିଜ ଜୀବନର ଲକ୍ଷ ପ୍ରତି ଏକାଗ୍ର ଓ ଦୃଢ଼ ହେବା ସହ ସଫଳତା ପାଇଁ ନିଜ ଭିତରେ ଥିବା ଜିଜ୍ଞାସାକୁ ବୃଦ୍ଧି କରିବା ପାଇଁ ଉଦବୋଧନ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବା ଓ ଦେଶ ଗଠନରେ ଭାଗ ନେବାକୁ ଉତ୍ସାହିତ କରିଥିଲେ।
ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଡ.ମନୋଜ କୁମାର ନାଗ ମଂଚାସୀନ ରହି କମର୍ସ ପାଠ୍ୟକ୍ରମରେ ଶିକ୍ଷାର୍ଥୀ ମାନଙ୍କ କ୍ୟାରିୟର ସ୍ରୁଷ୍ଟି କରିବାର ଅନେକ ସୁଯୋଗ ରହିଛି ।
ଏଣୁ ନିଜ ଅଧ୍ୟବସାୟ ଓ ନିଷ୍ଠା ବଳରେ ସଫଳତାର ଶିଖରକୁ ଛୁଇଁବାକୁ ହେବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ଡ.ମନସ୍ମିତା ମିଶ୍ର,ନିର୍ଦ୍ଦେଶକ ପୀତବାସ ପଣ୍ଡା,ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ନାଗରିକ କମିଟି ର ସମ୍ପାଦକ ଶ୍ରୀଯୁକ୍ତ ମନୋରଂଜନ ସାହୁ,ବାଣିଜ୍ୟ ବିଭାଗର ମୁଖ୍ୟ ଅଙ୍କିତା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ।
ଏହି ଅବସରରେ ଜେଏସ୍‌ଏମ୍ କଲେଜରୁ ସଫଳତାର ସହ ଗ୍ରାଜୁଏସନ ସାର୍ଟିଫିକେଟ୍ ହାସଲ କରିଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଡଗ୍ରୀ,ପ୍ରଶଂସା ପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ।
ଜେଏସ୍‌ଏମ୍ କଲେଜର ବାଣିଜ୍ୟ ବିଭାଗର ଛାତ୍ର ଅର୍ଚିସ୍ମାନ ମିଶ୍ର ବାଣିଜ୍ୟ ପରୀକ୍ଷାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ଏହି ସମାରୋହ ରେ ଜେଏସ୍‌ଏମ୍ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ,ଅଭିଭାବିକା ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930