Indus Valley Times

ଟାଙ୍ଗିଆ ଚୋଟରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ

 Breaking News

ଟାଙ୍ଗିଆ ଚୋଟରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ

ଟାଙ୍ଗିଆ ଚୋଟରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ
May 05
19:06 2026

ଗଞ୍ଜାମ, ୫/୫ : ପ୍ରେମ ପାଇଁ ଗଡ଼ିଛି ମୁଣ୍ଡ । ଗଞ୍ଜାମ ଜିଲ୍ଲାରେ ନ୍ୟାୟ ମାଗୁଥିବା ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ବିଭତ୍ସ ଭାବେ ହତ୍ୟା କରାଯାଇଛି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳା ଥାନା ଅନ୍ତର୍ଗତ ଖିରିଡ଼ା ଗ୍ରାମରେ ଜଣେ ଯୁବତୀଙ୍କୁ ଅତି ବିଭତ୍ସଭାବରେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଛି । ନିଜ ୩ ବର୍ଷର ଝିଅକୁ ଧରି ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବାବେଳେ କରାଯାଇଛି ହତ୍ୟା ।
ପ୍ରେମିକଙ୍କ ଭାଇ ଯୁବତୀ ଜଣକଙ୍କୁ ତାଙ୍କ ଝିଅ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛି । ବାରମ୍ବାର ଥାନାକୁ ଯାଇ ନିରାଶ ହେବା ପରେ ଯୁବତୀ ଜଣକ ଶେଷରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ରମ୍ବା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁର ଜଣେ ଯୁବତୀଙ୍କର ଖିରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ସୋସିଆଲ ମିଡ଼ିଆରୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଏହା ପରେ ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ।
କିଛି ମାସ ହେବ ଉଭୟ ପୁରୀରେ ଭଡ଼ାରେ ରହୁଥିଲେ। କିନ୍ତୁ ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘର ଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ପରେ ଚିଣ୍ଟୁଙ୍କର କୌଣସି ଖୋଜ ଖବର ମିଳିନଥିଲା ।
ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ । ହେଲେ ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବାବେଳେ ଚିଣ୍ଟୁଙ୍କ ସାନ ଭାଇ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଅଭିଯୁକ୍ତକୁ ଗିରଫ କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031