Indus Valley Times

ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

 Breaking News

ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

October 25
20:28 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଟାଟା ଷ୍ଟିଲ, ମେରାମଣ୍ଡଳି ଏବଂ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ପଠାଣି ସାମନ୍ତ ପ୍ଲାନେଟରିୟମ, ଭୁବନେଶ୍ବର ତରଫରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ କର୍ମୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୯୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ।
କୃତୀ ପ୍ରତିଯୋଗୀଙ୍କୁ ଟାଟା ଷ୍ଟିଲ ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ, ଦିବ୍ୟସିଂ ପ୍ରଧାନ, ବେଣୁଧର ବେହେରା, ଦୀପକ କୁମାର କହଁର, ସାଗ୍ନିକା ସେଠି, ଶୁଚିସ୍ମିତା ପ୍ରଧାନ ଓ ଅପର୍ଣ୍ଣା ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ
ବାଲିଗୁଡ଼ା, ୨୫/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ପକ୍ଷରୁ ସୁଡ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବାଲିଗୁଡ଼ା ବ୍ଲକ ର ଛଅଟି ପଞ୍ଚାୟତ ଖମନଖୋଲ, ଲଣ୍ଡାଗାଁ, ସୁଡ୍ରା, ବାରଖମା, ରେବିଙ୍ଗିଆ ଓ ସଲାଗୁଡା ପଞ୍ଚାୟତ ର ୨୬୧ ଜଣ ଭିନ୍ନକ୍ଷମ ମାନେ ଯୋଗ ଦେଇ ବିଭିନ୍ନ ବିଭାଗରେ ଥିବା ଡ଼ାକ୍ତର ମାନଙ୍କ ସହ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ। ଏଥିରେ କିଛି ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ଦୁଇଜଣଙ୍କୁ ହୁଇଲ ଚେୟାର ଓ ଆଶା ବାଡି ପ୍ରଦାନ କରାଯାଇଥିଲା।
ଏହି ଶିବିରରେ କନ୍ଧମାଳ ଜିଲ୍ଲା ମଙ୍ଗଳ ସମାଜ ସୁରକ୍ଷା ବିଭାଗ ଅଧିକାରୀ, ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସମସ୍ତ ଅଧିକାରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031