Indus Valley Times

ଡକାୟତି ମାମଲାରେ ୮ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

 Breaking News

ଡକାୟତି ମାମଲାରେ ୮ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

ଡକାୟତି ମାମଲାରେ ୮ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ
May 10
08:43 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ମନୋଜ ଦଣ୍ଡିଆ ଙ୍କ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଙ୍କ ଅଦାଲତରେ ରାୟ ପ୍ରକାଶ କରି ଘଟଣା ରେ ସଂଶ୍ଲିଷ୍ଟ ଥିବା ୮ ଜଣଙ୍କୁ ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଘଟଣା ପ୍ରକାରେ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହା ଜୁନ ୯ ତାରିଖ ରାତ୍ରରେ ମନୋଜ ଦଣ୍ଡିଆଙ୍କ ଘରକୁ ଦୁଇଟି ଗାଡି ରେ ୮ଜଣ ଦୁର୍ବୁର୍ତ୍ତ ଆସି କବାଟ ବାଡେଇ ଜବରଦସ୍ତ ପଶି ସୁନା ,ରୂପା ଅଳଙ୍କାର ସାମଗ୍ରୀ, ମୋବାଇଲ ଓ ଘରେ ଥିବା ନଗଦ ୫୫ ହଜାର ଟଙ୍କା ଲୁଟି ନେଇଥିଲେ ।
ଏ ନେଇ ସାରଙ୍ଗଡ଼ ଥାନାରେ କେଶ ନଂ. ୫୬/୨୩ ଏବଂ ଦଫା ନଂ. ୪୫୭ ଓ ୩୯୫ ପ୍ରକାରେ ମନୋଜ ଏକ ଏତଲା ଦାଏର କରିଥିଲେ ।
ଏତଲାକୁ ଭିର୍ତ୍ତି କରି ସାରଙ୍ଗଡ଼ ଥାନା ଅଧିକାରୀ ବିଦୁଲତା ବିଶ୍ଵାଳ ତଦନ୍ତ ଭାର ଗ୍ରହଣ କରି ଫୁଲବାଣୀ ଥାନା କେନ୍ଦୁ ପଦର ଗ୍ରାମର ଶଙ୍କର ଦିଗାଳ, ଫିରିଙ୍ଗିଆ ଥାନା ବାଲିଗଟା ଗ୍ରାମର ଅଙ୍ଗଦ ଦଳାଇ, ଜୋସେଫ ଦିଗାଳ, ସରୁକୋଇ ଗ୍ରାମର ରାଜନ ସାହାଣୀ, କାଡୁରାହା ଗ୍ରାମର କୀର୍ତ୍ତନ ଦିଗାଳ, ଆଠଗଡ଼ ଥାନା ରାଧା ବଲ୍ଲବ ପୁର ଗ୍ରାମର ସିପୁନ କୁମାର କବି, ସମସାରପୁର ଗ୍ରାମର ମାନ ଭଞ୍ଜନ ନାୟକ ଓ କୈବଲ୍ୟ ମାଳା ଗ୍ରାମର ଅଶୋକ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଅଦାଲତ ଙ୍କ ବିଚାରପତି ଅପୂର୍ବ କୁମାର ରାୟ ଉକ୍ତ ୮ଜଣଙ୍କୁ ଏହି ରାୟ ଶୁଣାଇଛନ୍ତି । ଏହି ମାମଲା ଟି ସରକାରୀ ଓକିଲ ସୁରେଶ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031