Indus Valley Times

ଡଙ୍ଗାରେ ନଦୀ ପାର୍, ଟାଣି ନେଲା କୁମ୍ଭୀର

 Breaking News

ଡଙ୍ଗାରେ ନଦୀ ପାର୍, ଟାଣି ନେଲା କୁମ୍ଭୀର

ଡଙ୍ଗାରେ ନଦୀ ପାର୍, ଟାଣି ନେଲା କୁମ୍ଭୀର
August 25
15:27 2026

କେନ୍ଦ୍ରାପଡ଼ା, ୨୫/୮ ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ନଦୀ ପାର ହେବା ପାଇଁ ଡଙ୍ଗାରେ ଚଢ଼ୁଥିବା ସମୟରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣିନେଇଥିବା ଅଭିଯୋଗ ହୋଇଛି। ଘଟଣା ପରଠାରୁ ବୃଦ୍ଧ ନିଖୋଜ ରହିଛନ୍ତି।
ନିଖୋଜ ବୃଦ୍ଧ ହେଲେ ଗଙ୍ଗାଧର ପ୍ରସାଦ ଦିଆ ଗାଁର ପରେଶ୍ୱର ବେହେରା। ସ୍ଥାନୀୟ ସୂତ୍ର ଅନୁସାରେ, ସେ ଆୟତା ବଜାରକୁ ଯିବା ପାଇଁ ପ୍ରଖର ସ୍ରୋତ ଥିବା ନଦୀ ପାର କରିବାକୁ ଡଙ୍ଗା ନିକଟକୁ ଯାଉଥିଲେ। ସେହି ସମୟରେ ହଠାତ୍ ଏକ କୁମ୍ଭୀର ପାଣିରୁ ବାହାରି ତାଙ୍କୁ ଟାଣିନେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମୁହୂର୍ତ୍ତକ ମଧ୍ୟରେ ବୃଦ୍ଧ ପାଣିରେ ନିଖୋଜ ହୋଇଯାଇଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ବୃଦ୍ଧଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଏହି ଘଟଣା ପରେ ନଦୀରେ କୁମ୍ଭୀରଙ୍କ ବଢ଼ୁଥିବା ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930