Indus Valley Times

ଡାବୁଗାଁ ଥାନା ହାଜତରେ ଅଭିଯୁକ୍ତ ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

 Breaking News

ଡାବୁଗାଁ ଥାନା ହାଜତରେ ଅଭିଯୁକ୍ତ ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

ଡାବୁଗାଁ ଥାନା ହାଜତରେ ଅଭିଯୁକ୍ତ ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ
April 29
11:17 2026

ନବରଙ୍ଗପୁର,୨୯/୪ : ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏହି ଘଟଣା ପରେ ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ବଡ଼ ପ୍ରଶ୍ନବାଚୀ।
ସୂଚନା ଅନୁଯାୟୀ, ମେଦେନା ପଞ୍ଚାୟତ ଅଞ୍ଚଳ ଗ୍ରାମର ଜଣେ ପୂର୍ଣ୍ଣ କଲାର ନାମକ ବ୍ୟକ୍ତିଙ୍କୁ ଏକ ବଳାତ୍କାର ମାମଲାରେ ଦୁଇ ଦିନ ତଳେ ଡାବୁଗାଁ ପୋଲିସ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥାନ୍ତା, କିନ୍ତୁ ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସେ ନିଜ ଚାଦରକୁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଆସାମୀ କିଭଳି ଆତ୍ମହତ୍ୟା କଲେ, ତାହାକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଏହା ପଛରେ ପୋଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ, ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31