Indus Valley Times

ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

 Breaking News

ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
November 02
20:31 2024

ଓଡ଼ିଶା, ୨/୧୧ : ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ସନ୍ଧ୍ୟାରେ ସୁଭଦ୍ରା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନର ରି-ଚେକିଂ ପାଇଁ ବିଡିଓଙ୍କୁ ନୋଡାଲ୍ ଏଜେନ୍ସୀ ଭାବରେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି। ସେହି କମିଟି ଏହାର ଯାଞ୍ଚ କରିବ।
ଯେଉଁମାନଙ୍କର ୫ ଏକର ଜମିରୁ ଅଧିକ ରହିଛି, ସେମାନଙ୍କ ଆବେଦନ ଖାରଜ ହୋଇଛି। ସେହି ଜାଗାରେ ତହସିଲଦାରମାନେ ଆରଆଇଙ୍କୁ ଧରି ଯାଞ୍ଚ କରିବେ। ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି ସରକାରଙ୍କ ଲକ୍ଷ୍ୟ ରହିଛି।
ଯାଞ୍ଚ ବେଳେ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ କିଛି ଯୋଗ୍ୟ ହିତାଧିକାରୀ ବାହାରିବେ। ସେମାନେ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟ ଆହୁରି କହିଛନ୍ତି, ଖାରଜ ହୋଇଥିବା ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ସଂଖ୍ୟା ଅଧିକ ରହିଛି। ଆଉ କିଛି ଜଣଙ୍କର ସରକାରୀ ଚାକିରି ଥିବା ହେତୁ ସେମାନଙ୍କର ଖାରଜ ହୋଇଛି, ଆଉ କେତେଜଣଙ୍କର ବ୍ୟାଙ୍କ ସହ ଲିଙ୍କ୍ ନଥିବା ଯୋଗୁ ଖାରଜ ହୋଇଛି। ଏଥିହ ସହ ଅଙ୍ଗନବାଡ଼ି ଦିଦିମାନଙ୍କର ମଧ୍ୟ କଟିଯାଇଛି।
ସମସ୍ତଙ୍କର ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ଯେଉଁମାନଙ୍କର ଖାରଜ ହୋଇଛି ଅଙ୍ଗନବାଡ଼ି ଦିଦିମାନଙ୍କ ଦ୍ୱାରା ନୋଟିସ କରାଯିବ। ଯଦି କାହାର ଜମି ପାଇଁ ସୁଭଦ୍ରା ଖାରଜ ହୋଇଥାଏ, ତାହାହେଲେ ତହସିଲଦାର ଓ ଆରଆଇ ଯାଞ୍ଚ କରିବେ। ବ୍ୟାଙ୍କ ଲିଙ୍କ୍ ପାଇଁ କଟିଥିଲେ ବ୍ୟାଙ୍କକୁ ରେଫର କରାଯିବ। ବ୍ୟାଙ୍କ ତାର ଯାଞ୍ଚ କରିବ।
ଲୋକମାନଙ୍କ ପାଖରେ ସହଜ ଭାବରେ ସୁଭଦ୍ରା ପହଞ୍ଚାଇବା ପାଇଁ ଆମେ କହିଥିଲୁ। ତାକୁ ଆହୁରି ସରଳ ଭାବରେ ପହଞ୍ଚାଇବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ସେହି କମିଟି ନିଶ୍ଚିତ ଭାବରେ ଏହା ସମ୍ପର୍ଣ୍ଣ କରିବ। ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031