Indus Valley Times

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

 Breaking News

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
November 21
12:48 2024

ଭୁବନେଶ୍ୱର,୨୧/୧୧: ପୁଣି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ୨୪ ତାରିଖରେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥର ୨୦ରୁ ୨୫ ଲକ୍ଷ ମହିଳା ଏହି ଟଙ୍କା ପାଇବେ ।
ତେବେ ଏହି ପର୍ଯ୍ୟାୟରେ ରାଜ୍ୟର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଛି । ଯେଉଁମାନଙ୍କର ରିଜେକ୍ଟ ହୋଇଛି ସେମାନଙ୍କ ଆବେଦନର ଯାଞ୍ଚ ଚାଲିଛି । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଉଛି ।
କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ । ବାରମ୍ବାର ଚେକ୍ କରାଯିବ । ରୂପରେଖ ଫାଇନାଲ ହେବ । ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ । କେହି ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି।
ଏହାଛଡ଼ା ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍ ହିତାଧିକାରୀଙ୍କୁ ସାମିଲ କରାଯିବା ନିମନ୍ତେ ଗୁରୁବାର ବୈଠକ ବସିବ। ୨୪ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ। ଏଯାବତ ୧ କୋଟି ୧୬ ଲ%ରେ ସୁଭଦ୍ରା ଆବେଦନ ପହଞ୍ଚିଲାଣି। ତେବେ ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ପାଇଁ ଅପିଲ କରାଯାଇଥିବା ସେ ମଧ୍ୟ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031