Indus Valley Times

ତେଲକୋଇ ଆଦର୍ଶ ସ୍କୁଲ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

 Breaking News

ତେଲକୋଇ ଆଦର୍ଶ ସ୍କୁଲ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

ତେଲକୋଇ ଆଦର୍ଶ ସ୍କୁଲ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି
January 28
17:34 2025

କେନ୍ଦୁଝର,୨୮/୧: ପଖାଳ ଖାଇ ତେଲକୋଇ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ମଙ୍ଗଳବାର ତେଲକୋଇ ବ୍ଲକ ଓରିୟାଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବିଦ୍ୟାଳୟରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଛାତ୍ରୀ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଭର୍ତ୍ତି ଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରୀଙ୍କୁ ସାଲାଇନ ଲାଗିଥିଲା ଓ ଅନ୍ୟମାନଙ୍କୁ ପ୍ରାଥମିକ ଚିକତ୍ସା କରାଯାଇଥିଲା।
ଛାତ୍ରୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ହଷ୍ଟେଲରେ ପଖାଳ ଓ ମଟର ତରକାରୀ ଖାଇ ସ୍କୁଲକୁ ଆସିଥିଲେ। ସେଠାରେ ବାନ୍ତି ହୋଇଥିଲା ଓ ଅସୁସ୍ଥ ହୋଇପଡ଼ିଥିଲେ । ଆଜି ହଷ୍ଟେଲ ସୂଚୀନୁଯାୟୀ, ଇଟିଲି ସହିତ ମଟର ତରକାରୀ ଦିଆଯିବାର ଥିଲା।
କିନ୍ତୁ କିଛି ଛାତ୍ରୀ ପଖାଳ ଖାଇଥିଲେ। ଯେଉଁମାନେ ପଖାଳ ଖାଇଥିଲେ ସେମାନେ ଅସୁସ୍ଥ ହୋଇଯାଇଥିଲେ। ଏବେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି । କିଛି ସମୟ ପରେ ଡିସଚାଜର୍ର୍ ହେବେ ବୋଲି ଇନଚାର୍ଜ ଡାକ୍ତର ପ୍ରିତିଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031