Indus Valley Times

ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ, ରାଜ୍ୟରେ ଖାଲି ପଡ଼ିଛି ୧୧୩୧ ପଦ

 Breaking News

ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ, ରାଜ୍ୟରେ ଖାଲି ପଡ଼ିଛି ୧୧୩୧ ପଦ

May 21
19:21 2025

ଭୁବନେଶ୍ୱର, ୨୧/୫ : ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ। ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ସମୟ ଭିତରେ ବଡ଼ ନିଷ୍ପତି ନିଆଯାଇଛି। ସଅଳ ମୌସୁମୀ ପାଇଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ସାମ୍ବାଦିକ ସମ୍ମଳନୀରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ସଚିବ ଶ୍ରୀଯୁକ୍ତ ସନ୍ତୋଷ ଦାସ। ମୌସୁମୀ ଶେଷ ହେଲେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।
ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଓ ୱାର୍ଡମେମ୍ବରଙ୍କୁ ମିଶାଇ ୧୧୩୧ ପଦବୀ ଖାଲି ପଡ଼ିଥିଲା। ଏଥିପାଇଁ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ହୋଇଥାନ୍ତା। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଘଣ୍ଟା ଭିତରେ ପୁଣି ଏହାକୁ ସ୍ଥଗିତ କରିଦିଆଯାଇଛି। ତେବେ ପରବର୍ତ୍ତୀ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା ରଦ୍ଦ କରିଦିଆଯାଇଛି। ଆଗକୁ ନୂତନ ବିଜ୍ଞପ୍ତି ଦିଆଯିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930