Indus Valley Times

ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ଵ , ରାହାଞ୍ଜରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

 Breaking News

ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ଵ , ରାହାଞ୍ଜରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ଵ , ରାହାଞ୍ଜରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ
January 13
18:23 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ଭଦ୍ରକ, ୧୩/୧: କୁଶଳୀ ହେବେ ଆଇଟିଆଇ ଛାତ୍ରଛାତ୍ରୀ। ବଢିବ ଟିପିଏନଓଡିଏଲ କର୍ମଚାରୀଙ୍କ ଦକ୍ଷତା। ସୁରକ୍ଷା ପଦ୍ଧତି ଏବଂ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ତାଲିମ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏନଓଡିଏଲ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ଥିତ ରାହାଞ୍ଜରେ ନୂତନ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି।
ଏହି କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ ଡିପ୍ଲୋମା ତଥା ଆଇଟିଆଇ ଛାତ୍ରଛାତ୍ରୀଙ୍କ କୌଶଳ ଏବଂ ବ୍ୟବହାରିକ(ପ୍ରାକ୍ଟିକାଲ) ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ।
ବୈଦୁତିକ ସେବା ଓ ସୁରକ୍ଷା, ବିଦ୍ୟୁତ ସେବା ସଂଚାରଣ ଓ ବିତରଣ ବ୍ୟବସ୍ଥା, ଅକ୍ଷୟ ସୌର ଶକ୍ତି ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବାକୁ ଥିବା ବେଳେ ବିଶେଷତଃ ଟିପିଏନଓଡିଏଲର ନବାଗତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି।
ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଶ୍ରୀ ଦ୍ବିଜଦାସ ବସାକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଶ୍ରୀ ସୁରେଶ ଖେତ୍ୱାନି, ଚିଫ କର୍ପୋରେଟ ସୁରକ୍ଷା ଓ ପରିବେଶ, ଟାଟା ପାୱାର, ଟିପିଏନଓଡିଏଲ ଅପରେସନ ମୁଖ୍ୟ ଶ୍ରୀ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ବାଣିଜ୍ୟ ମୁଖ୍ୟ ଶ୍ରୀ ଜୟଦିପ ରୟ, କୌଶଳ ବିକାଶ ବିଭାଗ ମୁଖ୍ୟ ଶ୍ରୀ ସତୀଶ ମହାଜନ, ଭଦ୍ରକ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ପାଢ଼ୀ, ସୁରକ୍ଷା ମୁଖ୍ୟ ଶ୍ରୀ ତପନ ପାତ୍ର ଏବଂ ସିଭିଲ ବିଭାଗ ରୁ ଶ୍ରୀ ତନୁଜ ପଟ୍ଟନାୟକ ଓ ସମ୍ରାଟ ରୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସିଇଓ ଶ୍ରୀ ବସାକ କହିଥିଲେ ଯେ, ଟିପିଏନଓଡିଏଲ ବିଦ୍ୟୁତ ବିତରଣ କ୍ଷେତ୍ର ଜିଲ୍ଲାଗୁଡ଼ିକରେ ଆଉ ଗୋଟିଏ କୌଶଳ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ।
ବାଲେଶ୍ଵର, ବେତନଟୀ, ଯୋଡ଼ା ଓ ରାହାଞ୍ଜ ପରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଯାଜପୁରର ପାଣିକୋଇଲିରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପଣ କରାଯିବ।
ନିଜର କର୍ମଚାରୀଙ୍କ କୌଶଳ ବୃଦ୍ଧି କରିବା ସହ ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଅଧ୍ୟୟନରତ ପିଲାଙ୍କ ଦକ୍ଷତା ବଢାଇବା ସହ ସେମାନଙ୍କୁ ଅଧିକ କୁଶଳୀ କରିବାରେ ସହାୟକ ହେବ ବୋଲି ଶ୍ରୀ ବସାକ କହିଥିଲେ।
ଅପରପକ୍ଷେ ଟିପିଏନଓଡିଏଲ ବିଭିନ୍ନ ସରକାରୀ ଆଇଟିଆଇଗୁଡିକ ସହ ବୁଝାମଣା ପତ୍ର ସ୍ଵାକ୍ଷର କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପିଲାଙ୍କ ଦକ୍ଷତା ବଢାଇବା ଦାୟିତ୍ଵ ନେଇଛି। ଫଳରେ ପିଲାମାନେ କୁଶଳୀ ହେବା ସହ ନିଯୁକ୍ତି ପାଇବା ପାଇଁ ଦକ୍ଷ ହେଉଛନ୍ତି।
କେବଳ ଇଲେକ୍ଟ୍ରିସିଆନ ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ସେମାନଙ୍କୁ ଯୁଗ ଉପଯୋଗୀ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଶିଳ୍ପ ସଂସ୍ଥା ଅବଶ୍ୟକ କରୁଥିବା ଦକ୍ଷତା ଜ୍ଞାନ ପ୍ରଦାନ କରାଯାଉଛି। ଏହି ଯୁଗାନ୍ତକାରୀ ପଦକ୍ଷେପ କେବଳ ଓଡିଶାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ନୁହେଁ ବରଂ ରାଜ୍ୟରେ ବିଦ୍ୟୁତ୍ ସେବା କ୍ଷେତ୍ରର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031