Indus Valley Times

ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ

 Breaking News

ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ

ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ
April 18
10:43 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ।
ସରକାରୀ ଯୋଜନାର ସୁଫଳ ରୂପାୟନ ଯେପରି ଶେଷ ସୀମାରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲାପାଳ ନିଜେ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି କାର‌୍ୟ୍ୟର ମାନ ଓ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।
ସକାଳୁ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗିରେ ପହଞ୍ଚି ସେଠିକାର ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହ କଣ କଣ ସବୁ କାମ ହେବ ସେ ନେଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ଭ୍ରମରବାଡ଼ି ଅଙ୍ଗନବାଡ଼ି ଗୃହ କାର୍ଯ୍ୟ,ରିଣ୍ଡାବାଲି ଜଳ ପ୍ରପାତ କାର୍ଯ୍ୟ ଦେଖିବା ସହ କିଭଳି ଅଧିକ ସୌନ୍ଦର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ , ବାଡାବାଙ୍ଗା ଗ୍ରାମ ପଞ୍ଚାୟତ ଭବନ , ଡାଡାକେତା ବନ ସଂରକ୍ଷଣ ସମିତି କୋଠା ଆଦି କାର୍ଯ୍ୟ ବୁଲି ଦେଖିବା ସହ ଦାରିଙ୍ଗବାଡି ର ମଲ୍ଟି ଭିଲେଜ ସ୍କିମ ଅନ୍ତର୍ଭୁକ୍ତ ବିଭିନ୍ନ କାର‌୍ୟ୍ୟ ଓ ପାଟା ସ୍କୁଲ ର ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟ ଦେଖିଥିଲେ । ଶେଷରେ ଦାରିଙ୍ଗବାଡି ର ସନ୍‌ସେଟ୍ ପଏଣ୍ଟରେ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ ।
ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ବିଡିଓ ପ୍ରୀତି ରଞ୍ଜନ ରଥ, ସହକାରୀ ର୍ନିବାହୀ ଯନ୍ତ୍ରୀ ସଞ୍ଜୟ ରଥ, କନିଷ୍ଠ ଯନ୍ତ୍ରୀ ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତି ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930