Indus Valley Times

ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

 Breaking News

ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

November 10
20:54 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୦/୧୧ : ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା ତା’ପରଠାରୁ ଏହି ମହୋତ୍ସବ ରାଜ୍ୟ ସ୍ତରୀୟ ହେଉନଥିବା ବେଳେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ପ୍ରଶାସନର ସହାୟତରେ ମହୋତ୍ସବ ପାଳନ କରାଯାଉଛି, ଯାହାକି ରାଜ୍ୟ ସ୍ତରୀୟ ଢାଞ୍ଚାରେ କରାଯାଉଛି।
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୦୨୬ ଜାନୁୟାରୀରେ ଏହି ମହୋତ୍ସବ ପାଳନ କରାଯିବ, ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହାକୁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରାଯିବାକୁ ଜିଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହି ଅବସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଦାବି କରାଯାଇଛି।
ଏଥିରେ ଜିଲାପାଳ ବେଦ ଭୂଷଣ ଅଭିଯୋଗ ପତ୍ର ଗ୍ରହଣ କରି ସରକାରଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେଇଛନ୍ତି। ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ଆଇନଜୀଵୀ ହରେନ ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଧୂଙ୍ଗିଆ ଦେଇ ଦେଵୀଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ବାଲିଗୁଡା, ୧୦/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ ରାସ୍ତା କଡରେ ଥିବା ଅଞ୍ଚଳର ଇଷ୍ଟଦେବୀ ମା’ କାକବୁଢା (ଧୂଙ୍ଗିଆ ଦେଇ) ଙ୍କ ମନ୍ଦିର ଗେଟ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ର ପରେପରେ କାକବୁଢା ପ୍ରତିମୂର୍ତ୍ତି ସହ ସୁନା ଆଖି ଚାରିଗୋଟି, ରୂପା ମୁକୁଟ ଗୋଟିଏ ଓ ପିତଳ ନାଗ ସାପ ଅଠର ଗୋଟି କିଛି ଦୁର୍ବୁର୍ତ୍ତ ଚୋରିକରି ନେଇଯାଇଥିବା ବିଷୟ ପୂଜକ ସକାଳୁ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଦେଖିବାକୁ ପାଇଥିଲେ ।
ଏହା ପରେପରେ ପୂଜକ ଜଣକ ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଜଣାଇଥିଲେ କ୍ଷ ମନ୍ଦିର କମିଟି ପୋଲିସ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ
ବାଲିଗୁଡ଼ା, ତା, ୧୦/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହେବାରୁ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି କ୍ଷ ଘଟଣା ରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳର ଚନ୍ଦ୍ର ମୋହନ ପାତ୍ର ଙ୍କ ପୁତ୍ର ସମ୍ବିତ ପାତ୍ର ଏକ ବାଇକ ନଂ. ଓଡି-୧୨-ସି -୯୭୩୪ ନାମକ ରେ ବାରଖମା ରୁ ନିଜର ବ୍ୟକ୍ତିଗତ କାମରେ ବାଲିଗୁଡ଼ା ଯିବା ସମୟରେ ଦିଗୀପଡ଼ି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗସ୍ତ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି। ଖବର ପାଇବା ପରେ ଆଖ ପାଖ ଅଞ୍ଚଳ ଲୋକେ ସଙ୍ଗେ ସଙ୍ଗେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶରୀରକୁ ଜବତ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି।
ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର
ବାଲିଗୁଡା, ୧୦/୧୧ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୧୩୬ ବିଏସଏଫ ର କାମାଣ୍ଡେଣ୍ଡ ମାନସ ରଞ୍ଜନ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଡେପୁଟି କାମାଣ୍ଡେଣ୍ଡ କମଳ ଲୋଚନ ଦାସ ଯୋଗ ଦେଇ ବିଶ୍ଵନାଥ ଆଜ୍ଞା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଶିବିର ଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏଥିରେ ସମିତି ର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉପସ୍ଥିତ ରହି ଉତ୍ସାହ ପ୍ରଦାନ କରିଥିଲେ । ଏହି ରକ୍ତଦାନ ଶିବିର ରେ ସମିତି ର ବିଭିନ୍ନ ଶାଖାର କର୍ମୀ ଓ ୧୬ ଜଣ ବିଏସଏଫ ମାନେ ଯୋଗ ଦେଇ ମୋଟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା କ୍ଷ ଏଥିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ର ଡ଼ଃ. ଏସ. ରାମ ପାତ୍ର ଓ ତାଙ୍କ ସହଯୋଗୀ ଙ୍କ ନେତୃତ୍ୱ ରେ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31